ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଏବଂ ଆନ୍ଧ୍ରପ୍ରଦେଶରେ ସରକାର ଗଠନ କରିଥିବା ଟିଡିପି ସାଂସଦଙ୍କ କ୍ରମାଗତ ହଟ୍ଟଗୋଳ ଯୋଗୁ ଲୋକସଭା ଠିକ୍ ଭାବେ କାର୍ୟ୍ୟ କରିପାରୁନାହିଁ। ଏଥିପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ଆଜି ପୁଣିଥରେ ୨୧ ଜଣ ସାଂସଦଙ୍କୁ ନିଲମ୍ବିତ କରିଛନ୍ତି। ଏମାନଙ୍କ ମଧ୍ୟରେ ୧୪ ଜଣ ଟିଡିପି ସାଂସଦ ଥିବା ବେଳେ ୭ ଜଣ ହେଉଛନ୍ତି ଏଆଇଏଡିଏମକେ ସଦସ୍ୟ।
ଏମାନେ ଗୃହ ମଧ୍ୟରେ ବାରମ୍ବାର ବିଶୃଙ୍ଖଳା କରୁଥିବାରୁ ଶ୍ରୀମତୀ ମହାଜନ ଏମାନଙ୍କୁ ଆସନ୍ତା ୪ଟି କାର୍ୟ୍ୟଦିବସରୁ ନିଲମ୍ବିତ କରିଛନ୍ତି। ଗତକାଲି ଲୋକସଭାରେ ରାଫେଲ ଡିଲ୍ ସମ୍ପର୍କରେ ଆଲୋଚନା ଚାଲିଥିବା ବେଳେ ଉଭୟ ଏଆଇଏଡିଏମକେ ଏବଂ ଟିଡିପର ସଦସ୍ୟମାନେ ହୋହଲ୍ଲା କରିଥିଲେ। ଏଥିପାଇଁ ବାଚସ୍ପତି ୨୪ ଜଣ ଏଆଇଏଡିଏମକେ ସାଂସଦଙ୍କୁ ନିଲମ୍ବନ କରିଥିଲେ।
ଆଜି ଲୋକସଭା କାର୍ୟ୍ୟ ଆରମ୍ଭ ହେବା କ୍ଷଣି ଏଆଇଏଡିଏମକେ ଏବଂ ଟିଡିପି ସାଂସଦମାନେ ଗୃହର ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ। ଏଆଇଏଡିଏମକେ କାବେରୀ ଜଳ ବିବାଦର ସମାଧାନ ପାଇଁ ଜଳ ବୋର୍ଡ ଗଠନ ଏବଂ ଟିଡିପି ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବାକୁ ଦାବି କରି ହଟ୍ଟଗୋଳ କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
