ଦେଶରେ କରୋନା ଭାଇରସ ବହୁତ ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି। ଯେଉଁମାନେ ଦେଶବାସୀଙ୍କ ସୁରକ୍ଷା ପାଇଁ କରୋନା ମୁକବିଲାରେ ଲଢ଼େଇ କରୁଛନ୍ତି ସେମାନଙ୍କୁ ମଧ୍ୟ ଛାଡୁନି କରୋନା। ସେ ପୋଲିସ ହୁଅନ୍ତୁ କିମ୍ବା ଡାକ୍ତର, ଏମାନେ କରୋନା ସଂକ୍ରମିତ ହୋଇଥିବା ଶୁଣିଥିବେ କିନ୍ତୁ ଏବେ ଏବେ ଖବର ସାମ୍ନାକୁ ଆସିଛି ଯେ ଏୟାର ଇଣ୍ଡିଆର ୫ ଜଣ ପାଇଲଟଙ୍କୁ ମଧ୍ୟ କରୋନା ପଜିଟିଭ ଚିହ୍ନଟ କରାଯାଇଛି। ଏମାନେ ସମସ୍ତେ ମୁମ୍ବାଇରେ ରୁହନ୍ତି ଏବଂ ଏହି ସମୟରେ ସେ କାରଗୋ ଅଫିସରେ କାମ କରୁଥିଲେ। କୁହାଯାଉଛି ଯେ ନିକଟରେ ଏମାନେ ଚୀନରୁ ଫେରିଥିଲେ।
ସୂଚନା ଅନୁଯାୟୀ ଏହି ୫ ଜଣ ପାଇଲଟ ଚୀନର ଗୁଆଙ୍ଗଝୋଉ ପାଇଁ କାରଗୋ ଅପରେସନ ( ମାଲବାହକ ଉଡାଣ)ରେ କାମ କରୁଥିଲେ। ଏହି ପାଇଲଟଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଚିହ୍ନଟ କରାଯାଇଛି ଏବଂ ଟେଷ୍ଟିଂ ଆରମ୍ଭ କରିଦିଅଗଲାଣି। ଏହି ପାଇଲଟଙ୍କୁ ମେଡିକାଲ ଅଵଜରଭେସନରେ ରଖାଯାଇଛି।