Odia News Portal

ମୋଦିଙ୍କ ଜନ୍ମଦିନରେ ହେବାକୁ ଯାଉଛି ବିଶ୍ବରେକର୍ଡ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ  ଆସନ୍ତ କାଲି ଅର୍ଥାତ ୧୭ ସେପ୍ଟେମ୍ବରରେ ନିଜର ୬୭ତମ ଜନ୍ମଦିନ ପାଳନ କରିବେ। ମୋଦିଙ୍କ ଜନ୍ମିଦନ ଅବସରରେ ଗୁଜରାଟର ସୁରଟରେ ଏକ ବେକରି ୭୦୦୦ କିଲୋଗ୍ରାମର ୭୦୦ ଫୁଟ୍ ଲମ୍ବା କେକ୍ କଟାଯିବ। ଏହାକୁ ‘ଇଣ୍ଡିଆ ଏଗନେଷ୍ଟ କରପସନ୍’ ନାମ ଦିଆଯାଇଛି। ବ୍ରେଡ ଲାଇନର ବେକରି ସଞ୍ଚାଳନ ତୁଷାରଭାଇ, ଚନ୍ଦେ୍ରସ ଭାଇ ଓ ନିତିନଭାଇଙ୍କର କହିବା ଅନୁସାରେ ଏହି କେକକୁ ତିଆରି କରିବାର ଲକ୍ଷ୍ୟ ହେଉଛି ଦୁର୍ନୀତି ବିରୋଧରେ ସଚେତନ ସୃଷ୍ଠି କରିବ।

କେକକୁ ୭୦୦ ବିଶ୍ବସ୍ତ ଏବଂ ସତ୍ୟପ୍ରିୟ ଲୋକ କାଟି​‌ବେ। ଦକ୍ଷିଣ ଗୁଜରାଟର ଏହି ଲୋକ ଜୀବେଦୟା, ଶିଧା, ନାରୀ ସଶକ୍ତିକରଣ, ଝିଅଙ୍କୁ ଶିକ୍ଷା ଦେବା ଆଦି ମାଧ୍ୟମରେ ସମାଜସେବା ସହିତ ଜଡିତ ଅଛନ୍ତି। କେକ୍ କାଟିବା ସମୟରେ ୭ ହଜାର ଲୋକ ଭ୍ରଷ୍ଟାଚାର ଦୂର କରିବାର ସଂକଳ୍ପ ନେବେ। ବେକରି ସଞ୍ଚାଳକଙ୍କ କହିବା ଅନୁସାରେ, କେକକୁ ୬ଘଣ୍ଟାରେ ତିଆରି କରାଯିବ। ଏହାକୁ ତିଆରି କରିବା ପାଇଁ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାକୁ ୧୦୦ କର୍ମଚାରୀ ଏକାଠି ମିଶି ତିଆରି କରିବେ।

ଏହି କେକ ସବୁଠାରୁ ଓଜନଦାର, ଲମ୍ବା ଓ କମ୍ ସମୟରେ ତିଆରି କରାଯାଇଥିବାରୁ ବିଶ୍ବରେକର୍ଡ ମଧ୍ୟ ସୃଷ୍ଟି ହେବ। ମିଳିଥିବା ସୂଚନା ଅନୁସାରେ ଏହି କେକ୍ ଆସନ୍ତାକାଲି ଅପରାହ୍ନ ୪ଟା ସମୟରେ ସରସାଣା ଇଣ୍ଟରନ୍ୟାସନାଲ ଏକଜିଭିସନ୍ ଆଣ୍ଡ କନଭେଶନ୍ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ କଟାଯିବ ଓ ସେଠାରେ ଥିବା ପିଲା ଏବଂ ଅନ୍ୟ ଲୋକଙ୍କ ଭିତରେ ବଣ୍ଟାଯିବ। ଏହି ଅବସରରେ ଉଲ୍ଲେଖନୀୟ ସେବା ପ୍ରଦାନ କରୁଥିବା ଲୋକଙ୍କୁ ମଧ୍ୟ ସମ୍ମାନିତ କରାଯିବ।