ନୂଆଦିଲ୍ଲୀ : ଟିକସଦାତାଙ୍କ ପାଇଁ ଖୁସି ଖବର । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ପାନ୍-ଆଧାର ସଂଯୋଗ ସମୟସୀମାକୁ ଚଳିତବର୍ଷ ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି । ଶନିବାର ଏ ନେଇ ଏକ ବିଜ୍ଞପ୍ତି ଜାରି ହୋଇଛି । ପୂର୍ବରୁ ଆଧାର-ପାନ୍ ସଂଯୋଗ ପାଇଁଁ ସେପ୍ଟେମ୍ବର ୩୦କୁ ଅନ୍ତିମ ଦିବସ ଧାର୍ଯ୍ୟ କରାଯାଇଥିଲା । ଟିକସଦାତାଙ୍କୁ ଅତିରିକ୍ତ ସମୟ ଦେବା ଲାଗି ମନ୍ତ୍ରାଳୟ ପାନ୍-ଆଧାର ସଂଯୋଗ ସମୟସୀମାକୁ ସମ୍ପ୍ରସାରଣ କରିଛି ।
ତେବେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯଦି ଟିକସଦାତା ଆଧାର ସହ ପାନ୍ ସଂଯୋଗ କରିବାରେ ବିଫଳ ହୁଅନ୍ତି ତା’ହେଲେ ସେମାନଙ୍କ ପାନ୍ ଅଚଳ ହୋଇଯିବ । ସୂଚନାଯୋଗ୍ୟ, ପୂର୍ବରୁ ଆୟ କର ବିଭାଗ ଅନେକ ଥର ପାନ୍-ଆଧାର ସଂଯୋଗ ସମୟସୀମାକୁ ବୃଦ୍ଧି କରିଛି ।