Odia News Portal

ନୂଆବର୍ଷ ଠାରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ

ଭୁବନେଶ୍ୱର()  ନୂଆବର୍ଷ ଅର୍ଥାତ ଜାନୁଆରୀ ୧ରୁ ଭୁବନେଶ୍ୱରରୁ ସୁରତକୁ ଚାଲିବ ବିମାନ। ସପ୍ତାହକୁ ୩ ଦିନ ଉଡିବ ଏୟାର ଇଣ୍ଡିଆ ବିମାନ। ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡ଼ଙ୍ଗୀ। ବିମାନ ଚଳାଚଳ ମନ୍ତ୍ରାଳୟ ତାଙ୍କ ନିବେଦନ ରକ୍ଷା କରିଥିବା ସେ ଟ୍ୱିଟ୍ କରିଛନ୍ତି।

ଓଡ଼ିଶା ବାହାରେ ବିଭିନ୍ନ ସହରମାନଙ୍କ ଭିତରେ ସୁରତରେ ସବୁଠାରୁ ଅଧିକ ଓଡ଼ିଆ ବସବାସ କରୁଛନ୍ତି। ସୁରତରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ସୁରତକୁ ବିମାନ ଚଳାଇବାକୁ ସେମାନେ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ। ଏହା ପରେ ଶ୍ରୀମତି ଷଡଙ୍ଗୀ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରିଙ୍କୁ ଭେଟି ବିମାନ ଚଳଚଳ ପାଇଁ ଅନୁରୋଧ କରିଥିଲେ। ବିମାନ ଚଳାଚଳ ନେଇ ସେ ସବୁଜ ସଙ୍କେତ ଦେଇଥିଲେ।