Odia News Portal

ରାମ ମନ୍ଦିର ଭୂମି ପୂଜନ ପକ୍ରିୟା ଆରମ୍ଭ ,ଜାଣନ୍ତୁ ପ୍ରଧାନମନ୍ତ୍ରୀ ପିନ୍ଧିଥିବା ବସ୍ତ୍ରର ବିଶେଷ୍ବତ

ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ ପକ୍ରିୟା ଆରମ୍ଭ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ପହଁଞ୍ଚି ସବୁଠାରୁ ପ୍ରଥମେ ହନୁମାନଗଢୀ ମନ୍ଦିରରେ ପୂଜା କରିଥିଲେ। ଏହି ସମୟରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଥିଲେ। ମନ୍ଦିରରେ ଭୂମି ପୂଜନ ସ୍ଥଳରେ ପହଁଞ୍ଚିବା ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ,ମୋହନ ଭାଗବତ ଓ ଆନନ୍ଦିବେନ୍ ପଟେଲ ଉପସ୍ଥିତ ଅଛନ୍ତି।ମନ୍ଦିରର ଭୂମିପୂଜନ ଆରମ୍ଭ ହୋଇଥିବା ବେଳେ ବହୁ ଅତୀଥୀ ଉପସ୍ଥିତ ଅଛନ୍ତି। ଅଯୋଧ୍ୟାକୁ ଆଜି ପୁଣିଥରେ ସଜାଯାଇଛି। ଦୀପାବଳି ଭଳି ପରିବେଶ ଦେଖିବାକୁ ମିଳିଥିବା ବେଳେ କଡା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯାଇଛି।

ଏହି ଭୂମିପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ମୋଦିଙ୍କୁ ସମ୍ପୂର୍ଣ୍ଣ ପାରମ୍ପାରିକ ବେଶ୍ ଭୂଷାରେ ଦେଖିବାକୁ ମିଳିଛି। ସାଧାରଣ ଭାବରେ ପ୍ରଧାନମନ୍ତ୍ରୀ ଚୁଡିଦାର ପାଇଜାମା ଓ କୁର୍ତ୍ତା ପିନ୍ଧିଥାନ୍ତି। କିନ୍ତୁ ଆଜି ମୋଦିଙ୍କୁ ଧୋତି ଓ ସୁନେଲୀ ରଙ୍ଗର କୁର୍ତ୍ତୀ ପିନ୍ଧିଥିବାର ଦେଖିବାକୁ ମିଳିଛି। ପୀତାମ୍ବରୀ ଧୋତି ଓ ସୁନେଲି ରଙ୍ଗର କୁର୍ତ୍ତା ପିନ୍ଧି ମୋଦି ନିଜର ସ୍ବତନ୍ତ୍ର ବିମାନରେ ଲକ୍ଷ୍ନୌ ପହଁଞ୍ଚିଥିଲେ।

ହିନ୍ଦୁ ଧର୍ମ ଅନୁସାରେ ସୁନେଲି ଓ ପୀତାମ୍ବର ରଙ୍ଗକୁ ଖୁବ୍ ଶୁଭ ମନେକରାଯାଏ। ଏଭଳି ସ୍ଥିତିରେ ମୋଦିଙ୍କ ଡ୍ରେସକୁ ମଧ୍ୟ ଏହା ସହିତ ଯୋଡିକି ଦେଖାଯାଉଛି। ସାଢେ ୧୧ଟା ବେଳେ ମୋଦି ପହଁଞ୍ଚି ୧୨ଟା ବେଳେ ଭୂମିପୂଜାରେ ସାମିଲ ହୋଇଛନ୍ତି।