ସାଗରିକା ଦୁବେ
ଲଖ୍ନୌ।ଫେବୃଆରୀ 9 () ସୁପ୍ରିମକୋର୍ଟ ବହୁଜନ ସମାଜବାଦ ପାର୍ଟି ତରଫରୁ 59 କୋଟିରୁ ଅଧିକ ଟଙ୍କାର “ହାତୀ ସଂକଟ” ଉପରେ ମତ ରଖି କହିଛି ଯେ ସମସ୍ତ ହାତୀ, ବହୁଜନ ସମାଜବାଦ ପାର୍ଟି ର ସଂସ୍ଥାପକ କାଁଶିରାମ ଏବଂ ତାଙ୍କ ପ୍ରତିମା ଓ ଅନ୍ୟାନ୍ୟ ମୂର୍ତ୍ତିର ଉତ୍ତରପ୍ରଦେଶର ବିଭିନ୍ନ ଜାଗା ରେ ସ୍ଥାପନା ନିମନ୍ତେ ବ୍ୟବହାର କରାଯାଇଥିବା ସମସ୍ତ ପଇସା ଫେରସ୍ତ କରିବାକୁ ହେବ ।
କିଛି ବିଚାର ଦୃଷ୍ଟିରୁ ଚାରିଥର ହୋଇଥିବା ମୁଖ୍ୟମନ୍ତ୍ରୀ ନିଜ ମୂର୍ତ୍ତି ନିମନ୍ତେ 3.49 କୋଟି ,ଗୁରୁ କଂଶିରାମଙ୍କ ପାଇଁ 3.77 କୋଟି ଏବଂ ହାତୀ ପାଇଁ 52.02 କୋଟି ଖର୍ଚ୍ଚ କରିଥିଲେ ।ଯାହାକି ତାଙ୍କ ଦଳଗତ ପାର୍ଟିର ନିର୍ବାଚନ ଚିହ୍ନଥିଲା ।
ମୁଖ୍ୟ ନ୍ୟାୟାଧୀଶ ରଞ୍ଜନ ଗୋଗୋଇ ଏବଂ ନ୍ୟାୟମୂର୍ତ୍ତି ସଂଜୀବ ଖାନ୍ନା ଏବଂ ଦୀପକ ଗୁପ୍ତାଙ୍କ ଦ୍ଵାରା ପ୍ରସ୍ତୁତ ଖଣ୍ଡପୀଠ ରୁ ଏହା ଦର୍ଶାଯାଇଛି ଯେ ସୁଶ୍ରୀ ମାୟାବତୀ ସମସ୍ତ ପ୍ରତିମାର ନିର୍ମାଣ ନିମନ୍ତେ ସରକାରୀ ଧନ ର ଖର୍ଚ୍ଚ କରିଛନ୍ତି । ପାର୍ଟି ମହାସଚିବ ସଚିଶ ଚନ୍ଦ୍ର ମିଶ୍ର ସହିତ ସମସ୍ତଙ୍କୁ ଆଇନଗତ ନୋଟିସ ଦିଆଯାଇଛି ।
ଏଭଳି ଘଡିସଂଧି ମୁହୂର୍ତ୍ତରେ ବସପା ର ଅନ୍ୟତମ ସହଯୋଗୀ ସମାଜବାଦ ପାର୍ଟି ବସପା କୁ ନିଜ ସମସ୍ୟାରେ ଛାଡ଼ିଦେଇଛି ।ସପା ପ୍ରମୁଖ ଅଖିଳେଶ ଯାଦବ ଯିଏ ପ୍ରଥମରୁ ମାୟାବତୀଙ୍କୁ “ବୁଆ ଜୀ” ବୋଲି କହି ସମ୍ବୋଧନ କରୁଥିଲେ ,ବର୍ତ୍ତମାନ ତାଙ୍କ କାର୍ଯ୍ୟପ୍ରତି ପ୍ରଶ୍ନ ଉଠାଇଛନ୍ତି।ତାଙ୍କ ମତ ରେ “ମୁଁ ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟର ଦ୍ୱାରା କରାଯାଇଥିବା ଅଵଲୋକନ କୁ ପଢିନାହିଁ ।ଏହି ମାମଲା ର ଶୁଣାଣୀ ନିମନ୍ତେ ବିଏସପି ଓକିଲ ଲଢ଼ିବେ ବୋଲି ସେ କହିଛନ୍ତି” ।
2012 ରେ ସତ୍ତା କୁ ଆସିବା ପରେ ସପା ସରକାର ସମସ୍ତ ସ୍ମାରକୀ ର ଯାଞ୍ଚ ପାଇଁ ଆଦେଶ ଦେଇଥିଲେ ଏବଂ ରିପୋର୍ଟରେ ଲଖ୍ନ୍ ,ନୋଏଡ଼ା, ଓ ଗ୍ରେଟର ନୋଏଡାର ପାର୍କ ଏବଂ ଅନ୍ୟାନ୍ୟ ସମସ୍ତ ସ୍ମାରକରେ 5,919 କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଫର୍ଦଆଫାଶ କରିଥିଲେ ।ଏଥିରେ କେବଳ ପଥର କିଣାରେ 400 କୋଟି ଟଙ୍କାରୁ ଅଧିକା ଖର୍ଚ୍ଚ ହୋଇଛି ବୋଲି କହିଥିଲେ ।2014 ରେ ୟୁପି ବିଧାନସଭା ରେ ଆଗତ ସିଏଜି ରିପୋର୍ଟରେ 750 ଏକର ଜମିରେ ନିର୍ମାଣ ସ୍ମାରକୀର ନିର୍ମାଣରେ ବୃହତ ଦୁର୍ନୀତିର ଉଲ୍ଲେଖ କରାଯାଇଥିଲା ।
ଏହି ଘଟଣା ସମ୍ପର୍କରେ ଶେଷ ମାମଲା 2 ଅପ୍ରେଲର ଶୁଣାଣୀରେ ପୂର୍ବ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଗୋଟି କାରଣ ଉଦବିଗ୍ନ ପ୍ରଦାନ କରୁଛି ।ପ୍ରଥମ ନ୍ୟାୟିକ ଯାଞ୍ଚ -ଲୋକସଭା ନିର୍ବାଚନକୁ ପାର୍ଟିର ସମସ୍ତ ସମ୍ଭାବନାକୁ ପ୍ରଭାବିତ କରିପାରେ ।ବିପକ୍ଷ ପାର୍ଟିର ସମସ୍ତ ସମ୍ଭାବନାକୁ ଏହା ପ୍ରଭାବିତ କରିପାରେ ।ଏହା ବିଶେଷ ରୂପେ ଭାଜପା କୁ ପୁନଶ୍ଚ ସୁଯୋଗ ଦେଇପାରେ କହିବାକୁ “ଦୋୖଲତ ଏବଂ ଦଳିତ ବେଟି”। ଦ୍ୱିତୀୟ କଥା ହେଲା ଏହା ତାଙ୍କୁ ଅର୍ଥନୀତିକ ରୂପେ ପ୍ରଭାବିତ କରିପାରେ ।
ଲଖ୍ନ୍ ର ଆମ୍ବେଦକର ପାର୍କ ରେ ହାତୀର 152 ପ୍ରତିମୂର୍ତ୍ତି,ଏବଂ ନୋଏଡା ରେ 56 ଗୋଟି ପ୍ରତିମୂର୍ତ୍ତି ଅଛି ।ଗୋଟିଏ ହାତୀ ର ନିର୍ମାଣ ପିଛା 50 ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି ଏହା ସାର୍ବଜନୀକ ଧନର ବ୍ୟବହାର ବାବଦ ରେ ମାୟାବତୀଙ୍କ ଉପରେ ସ୍ମାରକୀ ନିର୍ମାଣ ଉପରେ ଠିକା ଦେଇ ଭୁଲ କାର୍ଯ୍ୟ କରାଯିବା ଉପରେ ଆରୋପ ଲଗାଯାଇଛି ।
ସୁପ୍ରିମକୋର୍ଟ ତରଫରୁ ଜନହିତ ଯାଚିକା ଦାୟର କରାଯାଇ କୁହାଯାଇଛି ଯେ ରାଜନୀତିକ ଲାଭ ପାଇଁ ସାର୍ବଜନିକ ଧନର ଉପଯୋଗ କରାଯାଇଛି ।ଏଥିପାଇଁ ଏହାକୁ ସମାପ୍ତ କରିବାକୁ ବସପା ଉପରେ ଆରୋପ ଲଗାଇ କହିଛି କି ଏହା ସଂସ୍କୃତି ସହ ଅନେକ ରାଜ୍ୟ ସରକାରର ବିଭାଗୀୟ ବଜେଟ ର ଏକ ବୃହତ ଅଂଶ ଏହି ଉଦେଶ୍ୟରେ ଲଗାଯାଇଛି ।
ଯାଚିକା ଦାୟର କରିଥିବା କର୍ମକର୍ତ୍ତା ଓକିଲ ରବିକାନ୍ତ ଙ୍କ ଅନୁସାରେ ,”ବି ଏସ ପି ସତ୍ତାରେ ରହିବା ବେଳେ ରାଜନୀତିକ ହିତ କୁ ବୃହତ୍ତର କରିବା ଲାଗି ଜନତାଙ୍କ ପଇସା ର ବ୍ୟବହାର କରାଯାଇଥିଲା ।ଏହା ନିର୍ବାଚନ କମିଶନଙ୍କ ନିୟମ ଉଲଂଘନ ମଧ୍ୟଂ କରିଥିଲା ।
ଅଖିଳେଶ ଯାଦବଙ୍କ ଦ୍ଵାରା ଲୋକଯୁକ୍ତ ଯାଞ୍ଚ ରେ 1400 କୋଟି ର ଦୁର୍ନୀତି ହୋଇଥିଲା ବୋଲି ଜଣା ପଡିଥିଲା । ପ୍ରବର୍ତ୍ତନ ନିର୍ଦେଶଳୟ 10 ଦିନ ପୂର୍ବେ ପାର୍କ ଦୁର୍ନୀତି ସମ୍ବନ୍ଧରେ ବହୁ ସ୍ଥାନରେ ଚଢ଼ାଉ କରିଥିଲେ ଏବଂ ଏଥିରେ ସାମିଲ ଇଂଜିନିୟର ଓ ଅଧିକାରୀଙ୍କୁ ପଚରା ଉଚରା କରିଥିଲେ ।ଦଳିତ ସ୍ମାରକୀ,ହାତୀ ମୂର୍ତ୍ତି ,ମାୟାବତୀ,ଗୁରୁ କଂଶିରାମ,ବୁଦ୍ଧ ,ଭିମରାଓ ଆମ୍ବେଦକର ,ଜ୍ୟୋତିବାରାଓ ଫୁଲେ, ଆଦି ଙ୍କ ମୂର୍ତ୍ତି ଏଥିରେ ସାମିଲ ଥିଲା ।
