Odia News Portal

ବୋତଲ ନୂଆ ମଦ ପୁରୁଣା : କଂଗ୍ରେସ ନେତା

ନୂଆଦିଲ୍ଲୀ()  ୨୦୧୯-୨୦ ପାଇଁ ଆଗତ ହୋଇଥିବା ବଜେଟକୁ ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛି କଂଗ୍ରେସ । ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ମୋଦି ସରକାର ।କୌଣସି ନୂଆ ଯୋଜନା ନାହିଁ। ଏହା କେବଳ ବୋତଲ ନୂଆ ମଦ ପୁରୁଣା ବୋଲି ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ କହିଛନ୍ତି।

କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ଟ୍ୱିଟ୍ କରି ନୂଆ ବଜେଟ ନୈରାଶ୍ୟଜନକ ବୋଲି କହିଛନ୍ତି। ଗାଁ, ନିଯୁକ୍ତି, ସହର ଆଦି ସମସ୍ତ କ୍ଷେତ୍ରରେ ବିକାଶ ଶୂନ୍ ବୋଲି ରଣଦୀପ କହିଛନ୍ତି। ଦେଶର ବିକାଶ ପାଇଁ ଗାଁ, ଚାଷୀ ଏବଂ ଗରିବ ଶ୍ରେଣୀର ଲୋକଙ୍କୁ ଅଧିକ ଫୋକସ କରିବା ଉଚିତ୍। ହେଲେ ସରକାର ଏ ଦିଗରେ ଗୁରୁତ୍ୱ ଦେଇନଥିବା ସେ କହିଛନ୍ତି।