Odia News Portal

ଗୋବିନ୍ଦନଗର ବିଧାନସଭା ଉପ ନିର୍ବାଚନ ପାଇଁ କଂଗ୍ରେସ ପ୍ରାର୍ଥୀ ହେଲେ କରୀଶ୍ମା

କାନପୁର : ଉତ୍ତରପ୍ରଦେଶର କାନପୁର ଅନ୍ତର୍ଗତ ଗୋବିନ୍ଦନଗର ବିଧାନସଭା ଆସନ ଲାଗି ଉପ ନିର୍ବାଚନରେ କଂଗ୍ରେସ ଏନଏସୟୁଆଇର ରାଷ୍ଟ୍ରୀୟ ମହାସଚିବ କରିଶ୍ମା ଠାକୁରଙ୍କୁ ପ୍ରାର୍ଥୀ କରିଛି । କରିଶ୍ମାଙ୍କୁ ଏହିଁ ଏହି ଆସନରୁ ଟିକଟ ମିଳବ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିଲା । ଗୋବିନ୍ଦ ନଗର ବିଧାନସଭା ଉପନିର୍ବାଚନରେ ସ୍ଥାନୀୟ ବର୍ଷ୍ଠ ନେତାମାନେ ପ୍ରାର୍ଥୀ ହେବାକୁ ଅମଙ୍ଗ ହେବା ଫଳରେ କରୀଶ୍ମା ପ୍ରାର୍ଥୀ ହେବା ସ୍ପଷ୍ଟ ଥିଲା ।

୨୫ ବର୍ଷ ବୟସ୍କା କରୀଶ୍ମା ଗତ ୭ବର୍ଷ ହେଲା କଂଗ୍ରେସ ଛାତ୍ର ରାଜନୀତି ସହିତ ଜଡିତ ଥିଲେ । ସୂଚନାଯୋଗ୍ୟ ଯେ, କରୀଶ୍ମାଙ୍କ ଜନ୍ମ ଏକ ରାଜନୈତକ ପରିବାରରେ ହୋଇଛି । କରୀଶ୍ମାଙ୍କ ପିତା ରାଜେଶ ସିଂ ସ୍ଥାନୀୟ କ୍ରାଇଷ୍ଟ ଡିଗ୍ରୀ କଲେଜ ଛାତ୍ର ସଂଘର ସଭାପତି ଥିଲେ । ଏହାପରେ ସେ କଂଗ୍ରେସ ଓ ବହୁଜନ ସମାଜବାଦୀ ପାର୍ଟି ଟିକଟରେ ଦୁଇଥର ବିଧାନସଭା ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । କରିଶ୍ମା ୨୦୧୩ ମସିହାରେ କରୀଶ୍ମା ଏଏନଏସୟୁଆଇର ପ୍ରାର୍ଥୀଭାବେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଲଢିଥିଲେ ।

ଏହାପରେ ସେ ଏନଏସୟୁଆଇର ରାଷ୍ଟ୍ରୀୟ ମହାଚିବ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ଦୀର୍ଘ ୬ବର୍ଷ ହେଲା ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ରାଜନୀତି ସହ କରୀଶ୍ମା ସଂପୃକ୍ତ ଥିଲେ । ଏହାପରେ ସେ ଆଇନ ଶିକ୍ଷା ମଧ୍ୟ ସମାପ୍ତ କରିଥିଲେ । ପ୍ରଥମ ଥର ପାଇଁ ବିଧାନସଭା ପ୍ରାର୍ଥୀଭାବେ ସେ ମୁଖ୍ୟସ୍ରୋତ ରାଜନୀତିରେ ପ୍ରବେଶ କରିଛନ୍ତି । ଟିକଟ ପାଇବାପରେ କରୀଶ୍ମା ନିଜ ପ୍ରତିକ୍ରୀୟାରେ ନିଶ୍ଚୟ ବିଜୟୀ ହେବେ ବୋଲି ଆଶା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ସ୍ଥାନୀୟ ପୂର୍ବତନ ବିଧାୟକ ଖେବେ ସ୍ଥାନୀୟ ଲୋକଙ୍କ ପାଖରେ ରହିନାହାନ୍ତି । ତାଙ୍କର ମୁଖ୍ୟ ଅସ୍ତ୍ର ଏବଂ ସ୍ଲୋଗାନ ହେଲା ସେ ସ୍ଥାନୀୟ ଲୋକଙ୍କ ସହ ସବୁ ସମୟରେ ରହିବେ ।