ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ଦଳର ବିଜୟ ସହିତ ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଯୋଗ୍ୟ ପ୍ରାର୍ଥୀଙ୍କୁ ବାଛିବା କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପାଇଁ ଏକ ବଡ଼ କଷ୍ଟକର କାର୍ଯ୍ୟ ଥିଲା। ବିଶେଷ କରି ଏହି ୩ ରାଜ୍ୟରେ ଏକାଧିକ ମୁଖ୍ୟମନ୍ତ୍ରୀ ଆଶାୟୀ ଥିବାୁ ଓ ଆଗକୁ ୨୦୧୯ ସାଧାରଣ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ମୁଖ୍ୟମନ୍ତ୍ରୀ ଚୟନ ନେଇ ରାହୁଳ ଗାନ୍ଧୀଙ୍କୁ ବଡ଼ କସରତ କରିବାକୁ ପଡ଼ିଥିଲା। ଶେଷର ଗତ ୧୭ ତାରିଖ ଦିନ ଏହି ୩ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନେ ଶପଥ ନେବା ସହିତ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ରାଜ ଆରମ୍ଭ ହୋଇଛିି। ତେବେ ଏତେ ପରିଶ୍ରମ ପରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ଛୁଟି କଟାଇବାକୁ ହିମାଚଳପ୍ରଦେଶ ଯାଇଛନ୍ତି। ଶ୍ରୀ ଗାନ୍ଧୀ ନିଜ ଭଉଣୀ ପ୍ରୀୟଙ୍କା ଗାନ୍ଧୀ ଭଦ୍ରା ଓ ତାଙ୍କ ଭଣଜାଭାଣିଜୀଙ୍କ ସହିତ ହିମାଚଳର ଶୈଳନିବାସରେ ପହଞ୍ଚିଛନ୍ତି।
ଗତକାଲି ପ୍ରିୟଙ୍କା, ରାହୁଳ ହିମାଚଳରେ ପହଞ୍ଚିବା ପରେ ପ୍ରିୟଙ୍କାଙ୍କ ଛାରବ୍ରା ଠାରେ ନିର୍ମାଣାଧୀନ ଘର ବୁଲି ଦେଖିଛନ୍ତି।
ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ଠାରୁ ପ୍ରକାଶ ଯେ, ଛାରବ୍ରା ଯିବା ବାଟରେ ଏକ ଢ଼ାବାରେ ଅଟକି ରାହୁଳ ଗାନ୍ଧୀ ଓ ପ୍ରିୟଙ୍କା ଜଳଖିଆ ଖାଇଥିଲେ। ତେବେ ରାହୁଳଙ୍କ ସମ୍ପର୍କର୍ରେ ଜାଣି କିଛି ସ୍ଥାନୀୟ କଂଗ୍ରେସ କର୍ମୀ ଢ଼ାବାରେ ପହଞ୍ଚି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ।
Sign in
Sign in
Recover your password.
A password will be e-mailed to you.