କେରଳ () ସବୁ ସଫଳ ବ୍ୟକ୍ତିଙ୍କ ପଛରେ କିଛି ନା କିଛି ଦୁଃଖଭରା ଇତିହାସ ରହିଛି । କିଏ ଆର୍ଥିକ ଅନାଟନ କିମ୍ବା ପ୍ରତିକୂଳ ସାମାଜିକ ସ୍ଥିତି ମଧ୍ୟରେ ସଂଘର୍ଷ କରି ସଫଳତା ପାଇଛି ତ କିଏ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ଯୋଗୁଁ ସଫଳତା ପାଇଛି । ଏମିତି କିଛି ବ୍ୟକ୍ତିଙ୍କ ମଧ୍ୟରୁ କେ. ଶ୍ରୀନାଥ ଅନ୍ୟତମ । ସେ କେବେ ଅଭାବ ଅନାଟନର ଆଳ ନେଇ ନାହାଁନ୍ତି । ବରଂ ତାଙ୍କ ଚତୁପାର୍ଶ୍ବରେ ଉପଲବ୍ଧ ସମ୍ବଳରୁ ସେ ସୁଯୋଗ ସୃଷ୍ଟି କରିଛନ୍ତି ।
କେରଳର ଏକ ଉପାନ୍ତ ଗାଁରେ ଜନ୍ନଗ୍ରହଣ କରିଥିବା କେ.ଶ୍ରୀନାଥ ମାଟ୍ରିକ ପରେ କୁଲି କାମ କରୁଥିଲା । କିନ୍ତୁ ପାଠ ପଢିବା ଏବଂ ଭଲ ଚାକିରି ପାଇଁ ତା ମନରେ ଥିବା ଆଗ୍ରହ ଯୋଗୁଁ ସେ ପ୍ରତ୍ୟେକ ଉପଲବ୍ଧ ସୁଯୋଗରେ ପାଠପଢିଥିଲେ । ପାଂଚ ବର୍ଷ ଧରି କଠିନ ପରିଶ୍ରମ ପରେ ଶେଷରେ ସେ କେରଳ ଲୋକସେବା ଆୟୋଗ ପରୀକ୍ଷା କୃତକାର୍ଯ୍ୟ ହୋଇଛି । ଏର୍ଣ୍ଣାକୁଲମ ଜନକ୍ସନରେ କୁଲି ଭାବେ କାର୍ଯ୍ୟ କରୁଥିବା ଶ୍ରୀନାଥ ଷ୍ଟେସନର ୱାଇଫାଇ ସେବାର ସୁବ୍ୟବହାର କରି ଏହି ସଫଳତା ପାଇଛି ।
ସେ ତିନି ଥର ଏହି ପରୀକ୍ଷା ଦେଇଛନ୍ତି । କିନ୍ତୁ ଚଳିତ ବର୍ଷର ପରୀକ୍ଷା ପାଇଁ ସେ ମାଗଣା ୱାଇଫାଇ ସେବାର ବ୍ୟବହାର କରିଛନ୍ତି । ଭଲ ଚାକିରି କରିବାର ନିଶା ଏବଂ କାମ କରି ପରିବାର ଚଳାଇବାର ବାଧ୍ୟବାଧ୍ୟକତା ମଧ୍ୟରେ କାନରେ ଇଅରଫୋନ ଜରିଆରେ ଶୁଣିବା ଏବଂ ନିଜ କାନ୍ଧରେ ଯାତ୍ରୀଙ୍କ ସାମାନ ବୋହିବା ଉଭୟ କାମକୁ ଏକାବେଳେ କରିବାର ତରିକା ଶିଖିନେଲା । ଯାତ୍ରୀଙ୍କ ବୋଝ ବୋହିବା ସମୟରେ କାନରେ ଇଅରଫୋନ ଜରିଆରେ ସେ ଅନଲାଇନ ଷ୍ଟଡି ମ୍ୟାଟେରିଆଲକୁ ଶୁଣୁଥାନ୍ତି । ଏବଂ ମନେ ମନେ ପ୍ରଶ୍ନର ଉତ୍ତର ଖୋଜୁଥାନ୍ତି । ରାତିରେ ଫାଙ୍କା ସମୟରେ ସେ ଦିନ ଯାକ ଯାହା କାନରେ ଶୁଣିଥାନ୍ତି ତାକୁ ମନେ ପକାଇଥାନ୍ତି ।
ଆଉ ଗୋଟିଏ ଇଣ୍ଟରଭ୍ୟୁ ପରେ ଯେ ଯଦି କେରଳ ଲୋକସେବା ଆୟୋଗ ନିଯୁକ୍ତି ପାଆନ୍ତି ତେବେ ସେ ଭୂରାଜସ୍ବ ବିଭାଗ ଅଧିନରେ କ୍ଷେତ୍ର ଅଧିକାରୀ ହେବାକୁ ଚାହୁଁଛନ୍ତି । ତାଙ୍କ ମତରେ ଏହାହିଁ ତାଙ୍କ ଆଇଡିଆଲ ଚାକିରି । ଜଣେ ବ୍ୟକ୍ତି କିଛି କ୍ଷମତା ବଳରେ ନିଜ ଗାଁରେ ପରିବର୍ତ୍ତନ ଆଣିପାରିବ ।