Odia News Portal

କରୋନା ପାଇଁ ଇନଫୋସିସ୍‌ ବିଲ୍ଡିଂ ଖାଲି

ଇନଫୋସିସ୍‌ କମ୍ପାନୀ ପକ୍ଷରୁ ରୋନାଭାଇରସକୁ ନେଇ କିଛି ଲୋକଙ୍କୁ ସଂକ୍ରମିତ ହେବା ସନ୍ଦେହରେ ବେଙ୍ଗାଲୁରୁର ଏକ ବିଲ୍ଡିଂ ଖାଲି କରାଯାଇଛି। ଅଧିକାରୀଙ୍କ କହିବାନୁଯାୟୀ ମଲ୍ଟିନ୍ୟାସନାଲ ସପ୍ଟେଓ୍ଵୟର କମ୍ପାନୀ ଇନଫୋସିସ୍‌ ବେଙ୍ଗାଲୁରୁରେ ନିଜର ଏକ ଭବନକୁ କରୋନା ଭାଇରସ (COVID-19) ପାଇଁ ସନ୍ଦେହ ହେବା ପରେ ଖାଲି କରିଦେଇଛି।ବେଙ୍ଗାଲୁରୁର ପ୍ରଭୁଖ ଗୁଜୁରାଜ ଦେଶପାଣ୍ଡେ ଇ-ମେଲ ଜରିଆରେ କହିଛନ୍ତି, ଯୋଜନାକୁ ସୁନିଶ୍ଚିତ କରିବା ପାଇଁ ଆମେ ପୂର୍ବ ସଚେତନ ଅନୁଯାୟୀ କେବଳ ଏଆଇପିଏମ ଭବନକୁ ଖାଲି କରିଛୁ, ଯେଉଁଥିରେ ସୂଚନା ମିଳିଛି ଏହି ବିଲ୍ଡିଂରେ ଏକ ଟିମ୍‌ର ସଦସ୍ୟ କରୋନାଭାଇରସର ସିକାର ଥିବା ସନ୍ଦେହ କରାଯାଇଛି।

ଇନଫୋସିସ୍‌ ଆଇଟି କମ୍ପାନୀର ବେଙ୍ଗାଲୁରୁ ସହରରେ ୧୯୯୦ ମସିହା ପରେ ଏକ ଡର୍ଜନରୁ ଅଧିକ ବିଲ୍ଡିଂ ରହିଛି। ଯେଉଁଥିରେ ଡେଭଲେପମେଣ୍ଟ ସେଣ୍ଟର୍ସ ଏବଂ କର୍ପୋରେଟ୍‌ ହାଉସ୍‌ ସହ ଏକ ବିଶାଳ ପରିସର ରହିଛି। ଇ-ମେଲ ଜରିଆରେ ଦେଶପାଣ୍ଡେ କହିଛନ୍ତି, ‘‘ଦୟାକରି ଧ୍ୟାନ ଦିଅନ୍ତୁ ଏହା କେବଳ ଆମର କର୍ମଚାରୀମାନଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ନିଜର ସୁରକ୍ଷା ପାଇଁ ସ୍ଥାନକୁ ପରିସ୍କାର କରିବା’’ ଏଥିସହ ଦେଶପାଣ୍ଡେ କର୍ମଚାରୀଙ୍କୁ ଅନୁରୋଧ କରିଛନ୍ତି ଆପଣମାନେ ଶାନ୍ତି ରଖିବା ସହ ସର୍ତ୍ତକତା ଅବଲମ୍ବନ କରନ୍ତୁ।