କଟକ: ଦକ୍ଷିଣ ଆଫ୍ରିକାର ଜୁନିୟର କାଟାଗରି ଗ୍ରାଣ୍ଡ ପିକ୍ସ ଲିଟିଲ ମଡେଲ ଇରଥ୍ ୨୦୧୮ର ବିଜେତା ହୋଇଛନ୍ତି ଓଡିଆ ଝିଅ ନିମିଶା ଲାଡିଆ । ଭୁବନେଶ୍ୱର କଟକ ରୋଡରେ ରହୁଥିବା ନିମିଶା ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା, ମା ଓ ଶୁଭେଚ୍ଛକଙ୍କୁ ଶ୍ରେୟ ଦେଇଛନ୍ତି । ଭବିଷ୍ୟତରେ ଡାକ୍ତର ହୋଇ ଲୋକଙ୍କ ସେବା କରିବା କରିବା ସହ ମଡେଲିଂ କରିବେ ବୋଲି କହିଛନ୍ତି ନିମିଶା ।