କେରଳ ସବରିମାଳାର ମନ୍ଦିରରେ ମହିଳାଙ୍କ ପ୍ରବେଶ ପ୍ରତିବାଦରେ ରାଜ୍ୟରେ ହିଂସାକାଣ୍ଡ। ରାଜ୍ୟରେ ପରମ୍ପରା ସପକ୍ଷବାଦୀଙ୍କ ପକ୍ଷରୁ ବନ୍ଦ ପାଳନ ବେଳେ ହିଂସାକାଣ୍ଡ ହୋଇଛି।
ଆନ୍ଦୋଳନକୁ ସମର୍ଥନ କରିଛି ବିଜେପି। ବନ୍ଦ ଡାକରା ସତ୍ତ୍ୱେ ଖୋଲା ରହିଥିବା ଦୋକାନଗୁଡ଼ିକ ଉପରେ ବିକ୍ଷୋଭକାରୀମାନେ ଆକ୍ରମଣ କରିଥିଲେ। ଏପରିକି ପର୍ଯ୍ୟଟକମାନେ ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ। ଦୁଇ ଦିନିଆ ବନ୍ଦ ପାଳନ ବେଳେ ୭୫ଟି ସରକାରୀ ବସ୍ ଭଙ୍ଗାରୁଜା କରାଯାଇଥିବାବେଳେ ୩୧ ଜଣ ପୁଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ ହୋଇଛି।
ଏପରିକି ଗଣମାଧ୍ୟମ ପ୍ରତିନିଧିଙ୍କୁ ବି ଆକ୍ରମଣ କରାଯାଇଛି। ଅନ୍ୟପଟେ କଂଗ୍ରେସ ମଧ୍ୟ ୨ ମହିଳାଙ୍କ ପ୍ରବେଶକୁ ବିରୋଧ କରିଛି। ତେବେ ରାଜ୍ୟରେ ହୋଇଥିବା ହିଂସାକାଣ୍ଡକୁ ମଧ୍ୟ ନିନ୍ଦା କରିଛି କଂଗ୍ରେସ।
ଗତକାଲି ବନ୍ଦ ପାଳନ ଓ ବିକ୍ଷୋଭବେଳେ ଆହତ ହୋଇଥିବା ଜଣେ ସାବରିମାଳା କର୍ମ ସମିତି ସଦସ୍ୟଙ୍କର ମୃତ୍ୟୁ ହୋଇଛି। ଅନ୍ୟପଟେ ହିଂସାକାଣ୍ଡକୁ ମୁଖ୍ୟମନ୍ତ୍ରୀ ପି. ବିଜୟନ ନିନ୍ଦା କରିଛନ୍ତି।