ନୂଆଦିଲ୍ଲୀ: ସଂସଦର ଶୀତକାଳୀଣ ଅଧିବେଶନର ସୋମବାର ଲୋକସଭାରେ କିନ୍ନର ମାନଙ୍କ ପାଇଁ ବହୁ ଗୁରୁତ୍ୱପୁର୍ଣ୍ଣ ବିଲ ପାସ ହୋଇଛି l ଏହି ବିଲରେ କିନ୍ନର ମାନଙ୍କ ପାଇଁ ଭେଦଭାବ, ସମାଜରେ ସମ୍ମାନ ପରି ବହୁ ବିଷୟ ରହିଛି l ଗୃହରେ ଜୋରଦାର ହଟଗୋଳ ସମୟରେ ଏହି ବିଧେୟକରେ ମୋହର ଲାଗିଛି l ଏହି ବିଧେୟକରେ ଅଧିକ ସଂଶୋଧନର ଆବଶ୍ୟକ ରହିଥିବା ବିରୋଧୀ କହିଛନ୍ତି l ସଂସଦରେ ସାମାଜିକ ନ୍ୟାୟ ଏବଂ ଅଧିକାରିତା ମନ୍ତ୍ରୀ ଥାବରଚନ୍ଦ୍ର ଗହଲୋତଙ୍କ କହିବା ଅନୁସାରେ ଏହି ବିଲ ଦ୍ୱାରା କିନ୍ନର ମାନେ ଅଧିକ ଶସକ୍ତିକରଣ ହୋଇପାରିବେ l ଏହି ବିଷୟ ଉପରେ ବିଭିନ୍ନ ୱେବସାଇଟରେ ଲୋକମାନଙ୍କ ମତ ଗ୍ରହଣ କରାଯାଇଥିବା ମନ୍ତ୍ରୀ କହିଛନ୍ତି l କିନ୍ନର ମାନଙ୍କୁ ଭାରତରେ ଭେଦଭାବ, ଶିକ୍ଷାର ଅଭାବ, ବେକାରୀ, ଚିକିତ୍ସା ସୁବିଧା ଭଳି ଗୁରୁତ୍ୱପୁର୍ଣ୍ଣ ବିଷୟରେ ଦୃଷ୍ଟି ଦେବା ପାଇଁ ଏହି ବିଧେୟକ ଅଣାଯାଇଥିବା କୁହାଯାଉଛି l ଏହି ବିଧେୟକ ଅନୁସାରେ କିନ୍ନର ମାନଙ୍କ ସମସ୍ୟା ନେଇ ଏକ ଅଭିଯୋଗ କେନ୍ଦ୍ର ଅନଲାଇନ ଦ୍ୱାରା ଖୋଲାଯିବ l ବିଧେୟକ ନିୟମର ଉଲଙ୍ଘନ କରାଗଲେ ଦଣ୍ଡ ମଧ୍ୟ ଦିଆଯିବ…..