କିଛି ଦିନ ତଳେ ଉତ୍ତରପ୍ରଦେଶ ବାଗପତ୍ ଜିଲ୍ଲାର ଏକ ହ୍ୱାଟ୍ସଆପ୍ ଗ୍ରୁପର ଆଡମିନ୍ କୁ ପୋଲିସ୍ ଗିରଫ କରିଥିଲା । ଜୋସ୍ ନାମକ ଏହି ଗ୍ରୁପରେ ଆପତ୍ତିଜନକ ପୋଷ୍ଟ୍ ହେଉଥିବା ଏବଂ ଦେଶଦ୍ରୋହ ଭଳି ପୋଷ୍ଟ ସେୟାର୍ ହେଉଥିଲା । ଯେଉଁଥିରେ ପୋଲିସ୍ ଆଡମିନ୍ କୁ ଗିରଫ କରିଥିଲା । ଏହି ଗ୍ରୁପରେ ଭାରତ,ପାକିସ୍ଥାନ ସହ ଜଡିତ ଥିବା କମେଣ୍ଟ୍ ପଠାଯାଉଥିଲା । ତେବେ ଏ ନେଇ ଆଡମିନ୍ କୁ ଯେତେବେଳେ ପ୍ରଶ୍ନ କରାଗଲା ସେ କହିଥିଲେ ଏକ ଲିଙ୍କ୍ ଜରିଆରେ ମତେ ଏହି ଗ୍ରୁପ୍ ସହ ଯୋଡାଗଲା । ମୁଁ ଏହି ଗ୍ରୁପର କୌଣସି ସଦସ୍ୟଙ୍କୁ ଜାଣିନାହିଁ । ତେବେ ପୋଲିସ୍ ହ୍ୱାଟ୍ସଆପ୍ ରେ ଏଭଳି କଣ୍ଟେଣ୍ଟ ଯୋଡିବାକୁ ମନା କରିଥିଲେ ହେଁ ଏହା ଚାଲୁଛି । ତେବେ ଏନେଇ ଅନେକ ଅଡିଓ,ଭିଡିଓ ଏବଂ ଫଟୋ ମଧ୍ୟ ଭାଇରାଲ୍ ହୋଇଥିଲା ଯାହାକୁ ପୋଲିସ୍ ପୋଷ୍ଟ କରିବା ପାଇଁ ବାରଣ କରିଛି ।
