Odia News Portal

ନିର୍ବାଚନ ଲଢ଼ିବେନି ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ଏବଂ ବଲିଉଡ଼ ଅଭିନେତା ସଂଜୟ ଦତ୍ତଙ୍କ ଭଉଣୀ ପ୍ରିୟା ଦତ୍ତ ସୋମବାର ଘୋଷଣା କରିଛନ୍ତି ଯେ, ସେ ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବେ ନାହିଁ । ପ୍ରିୟା କହିଛନ୍ତି, ସେ ନିଜ ପରିବାରକୁ ଅଧିକ ସୟମ ଦେବାକୁ ଚାହୁଁଛନ୍ତି । ଏଆଇସିସି ସଚିବ ପଦରୁ ମୁକ୍ତ ହେବାର କିଛି ମାସ ପରେ ନିଜର ବ୍ୟକ୍ତିଗତ ଭବିଷ୍ୟତକୁ ନେଇ ପ୍ରିୟା ଏଭଳି ପଦକ୍ଷେପ ନେଇଛନ୍ତି ।

ଜାତୀୟ ଗଣମାଧ୍ୟମକୁ ପୂର୍ବତନ ସାଂସଦ କହିଛନ୍ତି, ରାଜନୀତିରୁ ଓହରିବାକୁ ନେଇ କିଛି ମାସ ତଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କହିଛି । କଂଗ୍ରେସ ନେତ୍ରୀ କହିଛନ୍ତି ସେ ଦଳ ପାଇଁ କାମ କରିବେ କିନ୍ତୁ ନିଜର ଅର୍ନ୍ତଃଆତ୍ମା ଅନ୍ୟ କାହାରିକୁ ସମର୍ଥନ ଦେବ ନାହିଁ ।

ବର୍ଷ ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ବରିଷ୍ଠ ନେତା ଓ ପୂର୍ବତନ ସାଂସଦ ସୁନିଲ ଦତ୍ତଙ୍କ ଝିଅ ପ୍ରିୟାଙ୍କୁ ବିଜେପିର ପୁନମ ମହାଜନ ମୁମ୍ବାଇ ଉତ୍ତର-ମଧ୍ୟ ଆସନରେ ହରାଇଥିଲେ । ମୁମ୍ବାଇ-ଉତ୍ତର ମଧ୍ୟ ଲୋକସଭା ଆସନ କଂଗ୍ରେସ ଅପେକ୍ଷା ସୁନୀଲ ଦତ୍ତଙ୍କ ପାଇଁ ଜଣାଶୁଣା ଥିଲା