ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଏସ୍ପି-ବିଏସ୍ପି ମେଣ୍ଟ ପରେ ଜାତୀୟ ରାଜନୀତି ଦୃଶ୍ୟପଟରେ ବଡ଼ ପରିବର୍ତ୍ତନ । ହାତୀ-ସାଇକେଲ ଏକ ହେବା ପରେ ହାତ ନିଷ୍ପତ୍ତି ନେଇଛି, ୨୦୧୯ରେ ଏକାକୀ ଉତ୍ତରପ୍ରଦେଶରେ ନିର୍ବାଚନ ଲଢ଼ିବ। ୟୁପି ପ୍ଲାନରେ ସହଯୋଗୀଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ ରଖିଛି କଂଗ୍ରେସ। ମହାମେଣ୍ଟ ବୟାନବାଜି ତେଜିଛି। କଂଗ୍ରେସ ଓ ବିରୋଧୀଙ୍କ କଡ଼ା ସମାଲୋଚନା କରିଛି ବିଜେପି।
ବିଜେପି ଶକ୍ତିକୁ ଅଟକାଇବା ପାଇଁ ଉତ୍ତର ପ୍ରଦେଶରେ ହାତ ଧରାଧରି ହୋଇଛନ୍ତି ଏସ୍ପି-ବିଏସ୍ପି। ମାୟାବତୀ ଓ ଅଖିଳେଶ ମେଣ୍ଟର ଭିତ୍ତିପ୍ରସ୍ତର ପକାଇବା ପରେ ଚର୍ଚ୍ଚା, କେତେ ସଫଳ ହେବେ? ମହାମେଣ୍ଟର ପରିକଳ୍ପନାରେ ସହାୟକ ହେବ ନା ବିଭେଦ ସୃଷ୍ଟି କରିବ? ମେଣ୍ଟ ଘୋଷଣାର ୨୪ ଘଣ୍ଟା ନ ପୂରୁଣୁ ଆଭିମୁଖ୍ୟ ସ୍ପଷ୍ଟ କରିଛି କଂଗ୍ରେସ। ଦଳ ନିଷ୍ପତ୍ତି ନେଇଛି, ଉତ୍ତରପ୍ରଦେଶରେ ଦଳ ଏକାକୀ ନିର୍ବାଚନକୁ ଓହ୍ଲାଇବ। ସମସ୍ତ ୮୦ ଲୋକସଭା ଆସନରେ ପ୍ରାର୍ଥୀ ଦେବ କଂଗ୍ରେସ। ଗତକାଲି ରାହୁଲ କହିଥିଲେ, ପୂର୍ଣ୍ଣ କ୍ଷମତା ସହ ଦଳ ନିର୍ବାଚନ ଲଢ଼ିବ। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଜୋର ଧରିଛି ମହାମେଣ୍ଟ ଚର୍ଚ୍ଚା। ଏଭଳି ପରିକଳ୍ପନାକୁ ବିଜେପି କଡ଼ା ସମାଲୋଚନା କରିଛି। ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ କଂଗ୍ରେସ ଉପରେ ବର୍ଷିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ, ଦେଶ ଏକ ଅସହାୟ ନା ଶକ୍ତିଶାଳୀ ସରକାର ଚାହିଁବ, ତାହା ଦେଶବାସୀ ସ୍ଥିର କରନ୍ତୁ। ଆଗରୁ କଂଗ୍ରେସ ଉପରେ ବର୍ଷୁଥିବା ଦଳ ଏବେ କେମତି କଂଗ୍ରେସ ସହ ଏକ ହୋଇଗଲେ ବୋଲି ମୋଦି ପ୍ରଶ୍ନ କରିଥିଲେ।
ତିନିଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସର ସଫଳତା ପରେ ମହାମେଣ୍ଟ ଗଠନ ନେଇ ଆଲୋଚନା ଆଗେଇଛି। ବିଭିନ୍ନ ଆଞ୍ଚଳିକ ଦଳର ନେତାଙ୍କ ସହ ଯୋଗସୂତ୍ରରେ ରହିଛି କଂଗ୍ରେସ। ନେତୃତ୍ୱ ନେଉଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଟିଡିପି ନେତା ଚନ୍ଦ୍ରବାବୁ ନାଇଡୁ। ଉତ୍ତରପ୍ରଦେଶରେ ଏସପି-ବିଏସ୍ପି ମେଣ୍ଟ ପରେ ଚର୍ଚ୍ଚା, ବିଜେପି ବିରୋଧରେ ମହାମେଣ୍ଟ ଗଠନ କେତେ ସଫଳ ହେବ।
Sign in
Sign in
Recover your password.
A password will be e-mailed to you.
