ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ଆୟୋଜିତ ସାଧାରଣତନ୍ତ୍ର ଦିବସ ସମାରୋହ ଅବସରରେ ୪୮ ପାରାମିଲିଟାରି ଫୋର୍ସ କମ୍ପାନୀ ଏବଂ ୩୫ ହଜାର ଦିଲ୍ଲୀ ପୋଲିସ ଯବାନଙ୍କ ହାତରେ ରହିବ । ଏହି ପୋଲିସ ଏବଂ ଯବାନମାନେ ଆଗାମୀ ୪ ଦିନ ମଧ୍ୟରେ ଦିଲ୍ଲୀ ପହଂଚିବେ । ପ୍ରଥମ ଥର ପାଇ ପରେଡ ରୁଟ ପରିବର୍ତ୍ତନ କରାଯାଇଛି । ଆଶା କରାଯାଉଛି ଯେ, ଦେଶର ପ୍ରଥମ ମହିଳା ସ୍ୱାଟ କମାଣ୍ଡୋ ପରେଡରେ ଦୃଷ୍ଟିଗୋଚର ହେବେ । ସ୍ୱଦେଶ ଏବଂ ବିଦେଶୀ ତୋପ କେ-୯ ବଜ୍ର ଏବଂ ଏମ-୭୭୭ ହୋବିତ୍ୟଜର ତୋପକୁ ପରେଡରେ ସାମିଲ କରାଯିବ ।
ଜଣେ ବରିଷ୍ଠ ପୋଲିସ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି, ଇଣ୍ଡିଆ ଗେଟରେ ନ୍ୟାସନାଲ ୱାର ମେମୋରିଆଲର ନିର୍ମାଣ ଚାଲିଛି । ଏନଏସଜି ଦ୍ୱାରା ତାଲିମପ୍ରାପ୍ତ ପ୍ରଥମ ମହିଳା ସ୍ୱାଟ କମାଣ୍ଡୋ ପରେଡରେ ସାମିଲ ହୋଇପାରିନ୍ତି । ଏହାର ଶେଷ ନିଷ୍ପତ୍ତି ସ୍ପେଶାଲ ସେଲର ବୈଠକରେ ଜାନୁଆରୀ ୧୬ରେ ନିଆଯିବ ।
ଅଧିକାରୀଙ୍କ ମତରେ ଦିଲ୍ଲୀ ଏବଂ ଉତ୍ତର ପ୍ରଦେଶରେ ସଦିଗ୍ଧ ଆତଙ୍କବାଦୀ ଧରାପଡ଼ିବା ପରେ ସୁରକ୍ଷା ସଂସ୍ଥା ଏଥର ଅଧିକ ସତର୍କ ରହିଛନ୍ତି । ଦିଲ୍ଲୀ ପୋଲିସ ପଡ଼ୋଶୀ ରାଜ୍ୟର ପୋଲିସ ସହିତ ଇଣ୍ଟରନାଲ ଇଣ୍ଟେଲେଜିନ୍ସି କୋର୍ଡିନେଶନ କୋର ଗଠନ କରିଛି । ସୂତ୍ର ଅନୁସାରେ ଜୈଶ-ଲସ୍କର ଆତଙ୍କୀ ଷଡ଼ଯନ୍ତ୍ର କରୁଛନ୍ତି ।
ସାଧାରଣତନ୍ତ୍ର ଦିବସ ଅବସରରେ ନୂଆଦିଲ୍ଲୀ, ଉତ୍ତର ଏବଂ ଦକ୍ଷିଣ ଜିଲ୍ଲାର ୪୦୦୦ ରୁଫ ଟପ ସୁରକ୍ଷାକୁ ନେଇ ଚିହ୍ନିତ କରାଯାଇଛି । ସମାରୋହକୁ ଆସୁଥିବା ଲୋକଙ୍କୁ ‘ସ୍ୱତନ୍ତ୍ର ବାହନ ଚେକ ଷ୍ଟିକର’ ଦିଆଯିବ । ଇଣ୍ଡିଆ ଗେଟ ଠାରୁ ୩ କିଲୋମିଟର ପରିସୀମାରେ ସ୍ୱତନ୍ତ୍ର ଟିମ ରହିବେ । ପାଖାପାଖି ୧୦,୦୦୦ ସିସିଟିଭି କ୍ୟାମେରା ଲାଗିବ ।
