Odia News Portal

ଦିଲ୍ଲୀର ଏହି ହୋଟେଲରେ ରହିବେ ଟ୍ରମ୍ପ, ମୂଲ୍ୟ ଜାଣିଲେ ହୋସ ଉଡିଯିବ

ନୂଆଦିଲ୍ଲୀ () ଭାରତରେ ପହଁଚିଲେ ଡୋନାଲ୍ଡ ଟ୍ରମ୍ପ । ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ । ଅହମ୍ମଦାବାଦ ବିମାନବନ୍ଦରରେ ପହଂଚି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇଛନ୍ତି । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରମର୍ଦ୍ଦନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଏବଂ ଫାଷ୍ଟ୍ ଲେଡି ମେଲାନିଆ ଟ୍ରମ୍ପ୍ଙ୍କୁ ସ୍ୱାଗତ କରିଥିଲେ।

ଏହାପରେ ମଧ୍ୟାହ୍ନ ୧୨ଟା ୧୫ରେ ଟ୍ରମ୍ପ ଅହମ୍ମଦାବାଦସ୍ଥିତ ସାବରମତୀ ଆଶ୍ରମରେ ପହଁଚିବେ । ତାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ୨୨ କିମି ଲମ୍ବା ରୋଡ୍ ସୋ କରିବେ । ଅପରାହ୍ନ ଗୋଟାଏ ୫ରେ ମୋଟେରା ଷ୍ଟାଡିୟମରେ ନମସ୍ତେ ଟ୍ରମ୍ପ କାର୍ୟ୍ୟକ୍ରମରେ ଯୋଗଦେବେ । ଏହି ଗସ୍ତ ପାଇଁ ପୁରା ଅହମ୍ମଦାବାଦ ସହରକୁ ସଜେଇ ଦିଆଯାଇଛି । ସନ୍ଧ୍ୟାରେ ପତ୍ନୀ ମେଲାନିଆ ଓ ଝିଅ ଇଭାଙ୍କାଙ୍କ ସହ ଆଗ୍ରାର ତାଜମହଲ ପରିଦର୍ଶନରେ ଯିବେ ଟ୍ରମ୍ପ ।

ତେବେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ସରଦାର ପଟେଲ ମାର୍ଗ ସ୍ଥିତ ଆଇଟିସି ମୋରୟାର ଚାନକ୍ୟ ସୁଇଟ ହୋଟେଲରେ ରାତ୍ରୀ ଯାପନ କରିବେ । କହିରଖୁଛି କି ଏହି ସୁଇଟ ହୋଟେଲ ସାମାନ୍ୟ ହୋଟେଲ ନୁହେଁ । ଏହି ହୋଟେଲରେ ଗୋଟିଏ ରାତି ରହିବାକୁ ହେଲେ ୮ ଲକ୍ଷ ଟଙ୍କା ଦେବାକୁ ପଡେ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଆସିବେ ବୋଲି ଏହି ହୋଟେଲକୁ ଆକର୍ଷଣ ଏବଂ ନିଆରା ଢଙ୍ଗରେ ସଜାଯାଇଛି ।