ଜାମ୍ମୁ-କଶ୍ମୀର () ପଦୋନ୍ନତି ପୂର୍ବରୁ ଚାଲିଗଲା ପଦ । ଡିଏସପି ଦବିନ୍ଦର ସିଂହଙ୍କୁ ଖୁବଶୀଘ୍ର ପଦୋନ୍ନତି ମିଳିଥାନ୍ତା । ଦୀର୍ଘ ୨୫ ବର୍ଷ ହେବ ଦବିନ୍ଦର ଜେପୁଟି ସୁପରିଣ୍ଟେଣ୍ଡେଣ୍ଟ ଭାବେ ଦାୟିତ୍ୱ ତୁଲାଇ ଆସିଛନ୍ତି । ତେଣୁ ଡିଏସପିରୁ ଏସପିକୁ ପଦୋନ୍ନତି ପାଇଁ ତାଙ୍କ ନାମ ସହ ଫାଇଲ ମଧ୍ୟ ପଠା ସରିଥିଲା । ମାତ୍ର ପ୍ରମୋସନ ପୂର୍ବରୁ ତାଙ୍କ ଆତଙ୍କୀ ଲିଙ୍କର ଟେର୍ ପାଇଥିଲା ଗୁଇନ୍ଦା ବିଭାଗ । ଆଉ ଦବିନ୍ଦରଙ୍କ ପଦୋନ୍ନତି ହେବା ପୂର୍ବରୁ ହାତରେ ପଡିଥିଲା ହାତକଡି ।
ଜାମ୍ମୁ-କଶ୍ମୀର ଡିଏସପି ଦବିନ୍ଦର ସିଂହ କୁଲଗାଓଁରେ ୨ ଆତଙ୍କବାସୀଙ୍କ ସହ ଧରାପଡିବା ପରେ ପୋଲିସରୁ ବିଦା ହୋଇଛନ୍ତି ।ପୋଲିସରେ ଥାଇ ବି ଦେଶକୁ ସୁରକ୍ଷା ନଦେଇ ଆତଙ୍କବାଦୀଙ୍କୁ ସହଯୋଗ କରିଥିବାରୁ ଗିରଫ ଡିଏସପି ଦାବିନ୍ଦରଙ୍କୁ ବହିଷ୍କାର କରାଯାଇଥିବା ସୂଚନା ଦେଇଛନ୍ତି ଜାମ୍ମୁ କାଶ୍ମୀର ଡିଜି ଦିଲବାଗ ସିଂହ ।
ତେବେ ଶନିବାର ବିଳମ୍ବିତ ରାତିରେ ଶ୍ରୀନଗର ଅଭିମୁଖେ ଦ୍ରୁତ ଗତିରେ ବଢିଚାଲିଥିଲା ଦାବିନ୍ଦରଙ୍କ ଆଇ୍-ଟେନ୍ ଗାଡି । ଏବଂ ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଗାଡିର ପିଛା କରୁଥିଲେ ପୋଲିସ ଡିଆଇଜି ଅତୁଲ ଗୋୟଲ । ଏହି ଗାଡିରେ ଡିଏସପି ଦାବିନ୍ଦରଙ୍କ ସହ ଥିଲା ହିଜବୁଲ ମୁଜାହିଦ୍ଦିନର ନମ୍ବର ଟୁ କୁହାଯାଉଥିବା ନଭିଦ ବାବୁ ଓ ରଫି । ଏବଂ ମିଳିଥିବା ସୂଚନା ଅନୁସାରେ ଏମାନଙ୍କୁ ଖସାଇ ଦେବା ପାଇଁ ୧୨ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଦାବିନ୍ଦର ସିଂ । ତେବେ ଜବାହାର ଟନେଲ ପୂର୍ବରୁ ଏମାନଙ୍କୁ ଗିରଫ କରାଯାଇଥିଲା ।