Odia News Portal

ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ()   ପିଆଜ ଦର ବୃଦ୍ଧି ରୋକିବାକୁ କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି । ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଇଲେ କେନ୍ଦ୍ର ସରକାର । କେନ୍ଦ୍ର ବାଣିଜ୍ୟ ଓ ଉଦ୍ୟୋଗ ମନ୍ତ୍ରଣାଳୟ ତରଫରୁ ଏହି ନିଷ୍ପତି ନିଆଯାଇଛି । ପିଆଜ ଦର କିଲୋ ପିଛା ୭୦ ପାର ହେବା ପରେ ଲୋକେ ପିଆଜ ଖାଇବା ଛାଡ଼ି ଦେଇଛନ୍ତି। ଏହା ବିରୋଧରେ ଜନ ଅସନ୍ତୋଷ ସୃଷ୍ଟି ହେବାରୁ ଦରଦାମରେ ଲଗାମ୍ କଷିଛନ୍ତି କେନ୍ଦ୍ର ସରକାର।

ନିକଟରେ ଲଗାଣ ବର୍ଷା କାରଣରୁ ନୂଆ ପିଆଜ ବଜାରକୁ ଆସିପାରି ନାହିଁ। ବର୍ଷା କାରଣରୁ ଅନେକ ନଷ୍ଟ ହୋଇଯାଇଥିବା ସୂଚନା ରହିଛି।