ଆଜି ଆନ୍ଧ୍ରପ୍ରଦେଶର ବିଜାୱଡାଠାରେ ଥିବା ରାଜଭବନରେ ରାଜ୍ୟର ୨୩ତମ ରାଜ୍ୟପାଳ ଭାବରେ ଓଡ଼ିଶା ର ବରିଷ୍ଠ ରାଜନେତା ବିଶ୍ବଭୂଷଣ ହରିଚନ୍ଦନ ଶପଥ ନେଇଛନ୍ତି। ଦିନ ୧୧.୪୦ମିନିଟ ସମୟରେ ହରିଚନ୍ଦନଙ୍କୁ ଶପଥପାଠ କରାଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାର ପତି। ଉତ୍ସବରେ ଆନ୍ଧ୍ର ପ୍ରଦେଶର ମୁଖ୍ୟ ମନ୍ତ୍ରୀ ଜଗ ମୋହନ ରେଡ୍ଡୀ ତଥା ବିଧାନସଭାର ବିରୋଧୀ ଦଳ ନେତା ଚନ୍ଦ୍ରବାବୁ ନାଇଡୁ ଉପସ୍ଥିତ ଥିଲେ। ଶପଥ ଗ୍ରହଣ ପରେ ରାଜଭବନରେ ଚାହା ପାନ ଭୋଜି ଆୟୋଜିତ ହୋଇଥିଲା ।