ମେକ୍ସିକୋର ଭେନେସା ପୋନ୍ସ ଡି ଲିୟନ୍ ୨୦୧୮ ମସିହାର ମିସ୍ ୱାର୍ଲଡ ହୋଇଛନ୍ତି। ଚୀନର ସାନ୍ୟାଠାରେ ଅନୁଷ୍ଠିତ ୬୮ତମ ମିସ୍ ୱାର୍ଲଡ୍ ପ୍ରତିଯୋଗିତାରେ ଭେନେସାଙ୍କୁ ବିଜୟିନୀ ଘୋଷଣା କରାଯାଇଛି। ଗତବର୍ଷର ମିସ୍ ୱାର୍ଲଡ ଭାରତର ମାନୁଷୀ ଛିଲ୍ଲର ଭେନେସାଙ୍କୁ ମିସ୍ ୱାର୍ଲଡ ମୁକୁଟ ପିନ୍ଧାଇଛନ୍ତି। ୧୧୭ ଜଣ ଅନ୍ୟ ଆଶାୟୀଙ୍କୁ ପଛରେ ପକାଇ ଭେନେସା ଏହି ସଫଳତା ପାଇଛନ୍ତି। ଥାଇଲାଣ୍ଡର ନିକୋଲିନି ପିଚାପା ଲିମସୁକାନଙ୍କୁ ପ୍ରଥମ ରନର୍ସ ଅପ୍ ଘୋଷଣା କରାଯାଇଛି।