Odia News Portal

୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗ

ଆଜିଠାରୁ ବିଶ୍ୱର ୬ଟି ବିଦେଶୀ ରାଷ୍ଟ୍ରକୁ ପ୍ରସାରିତ ହେଲା ଭାରତୀୟ ଡାକ ବିଭାଗର ‘ସ୍ପିଡ୍ ପୋଷ୍ଟ’ ସେବା । ଏହି ଛଅଟି ବିଦେଶୀ ରାଷ୍ଟ୍ର ହେଉଛନ୍ତି ବୋସନିଆ, ବ୍ରାଜିଲ୍, ଇକ୍ୱେଡର୍, କଜଖସ୍ତାନ୍, ଲୁଥୁନିଆ ଏବଂ ଉତ୍ତର ମାସେଡୋନିଆ।

ଭାରତୀୟ ଡାକ ବିଭାଗର ସ୍ପିଡ୍ ପୋଷ୍ଟ ସେବା ହେଉଛି ଏକ ନିର୍ଭରଯୋଗ୍ୟ ସେବା। ଏଥିରେ ବିଭିନ୍ନ ପ୍ରକାରର ଦସ୍ତାବିଜ୍ ଓ ଅନ୍ୟାନ୍ୟ ସାମଗ୍ରୀ ବେଶ ସ୍ୱଳ୍ପ ମୂଲ୍ୟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପ୍ରାପକଙ୍କ ନିକଟକୁ ପଠା ଯାଇଥାଏ ଏବଂ ପ୍ରପକଙ୍କ ନିକଟରେ ତାହା ପହଞ୍ଚିଲାକି ନାହିଁ ତାହାର ଟ୍ରାକିଂ ଇଣ୍ଟରନେଟ ଜରିଆରେ ମଧ୍ୟ କରାଯାଇ ପାରିଥାଏ। ଏହା ଏକ ନିର୍ଭରଯୋଗ୍ୟ ସେବା ରୂପେ ବିବେଚିତ ହୋଇଥାଏ।