ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଶରଦ ଅରବିନ୍ଦ ବୋବଡେଙ୍କର ଏକ ବହୁତ ସୁନ୍ଦର ଫଟୋ ଭାଇରାଲ ହେଉଛି। ରବିବାର ବୋବଡେ ହାର୍ଲେ ଡେବିଡସନ ବାଇକ ଉପରେ ବସିଥିବା ନଜର ଆସିଛନ୍ତି। ବାଇକ ଉପରେ ବସିଥିବା ତାଙ୍କର ଏହି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ତାଙ୍କର ଏହି ଫଟୋକୁ ଟ୍ଵିଟରରେ ଜଣେ ୟୁଜର ସେୟାର କରିଛନ୍ତି।
ଏହି ଫଟୋରେ ଜଷ୍ଟିସ ବୋବଡେଙ୍କୁ ବାଇକ ଉପରେ ବସିଥିବା ଆପଣ ଦେଖିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଚିଫ୍ ଜଷ୍ଟିସ ବୋବଡେ ଏବେ ନାଗପୁରରେ ନିଜ ଘରେ ଅଛନ୍ତି ଏବଂ ସେଠାରୁ ହିଁ ସୁପ୍ରିମ କୋର୍ଟରେ ଆସୁଥିବା ମହତ୍ତ୍ୱପୂର୍ଣ୍ଣ ମାମାଲାର ଶୁଣାଣୀ କରୁଛନ୍ତି। ରବିବାର ସକାଳେ ଯେତେବେଳେ ସେ ମର୍ଣ୍ଣିଂ ଓ୍ଵାକ କରିବାକୁ ଯାଇଥିଲେ ଠିକ୍ ସେତିକିବେଳେ ତାଙ୍କ ନଜର ହାର୍ଲି ଡେଭିଡସନ ବାଇକ ଉପରେ ପଡିଲା। ଏହି ସମୟରେ ସେ ଯାଇ ବାଇକ ଉପରେ ବସି ପଡିଲେ। ଆଉ ତାଙ୍କୁ ବସିବାର ଦେଖି ଆଖପାଖର ଲୋକମାନେ ତାଙ୍କର ଫଟୋ ଉଠାଇଲେ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସିଜିଆଇ ବୋବଡେ ଫଟୋଗ୍ରାଫୀ, କ୍ରିକେଟ ଖେଳ ଏବଂ ବହି ପଢ଼ିବାରେ ଖାସ୍ ରୂଚି ରଖନ୍ତି। ଏବେ ଏହି ଫଟୋ ଭାଇରାଲ ହେବା ପରେ ଜଣାପଡୁଛି ଯେ ତାଙ୍କର ବାଇକରେ ମଧ୍ୟ ରୂଚି ଅଛି।
ଜଷ୍ଟିସ ଶରଦ ଆବିନ୍ଦ ବୋବଡେ ସୁପ୍ରିମକୋର୍ଟର ୪୭ତମ ଚିଫ୍ ଜଷ୍ଟିସ। ପୂର୍ବ ସିଜିଆଇ ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ପରେ ସେ ୧୮ ନଭେମ୍ବର ୨୦୧୯ରେ ପଦଭାର ଗ୍ରହଣ କରିଥିଲେ। ଚିଫ୍ ଜଷ୍ଟିସଙ୍କ ଅନୁଯାୟୀ ଜଷ୍ଟିସ ବୋବଡେଙ୍କ କାର୍ଯ୍ୟକାଳ ପ୍ରାୟ ୧୭ ମାସର ଅଟେ। ୨୩ ଏପ୍ରିଲ ୨୦୨୧ରେ ରିଟାୟର ହେବେ।