Odia News Portal

୩୭୦ ବଳରେ ଜାମ୍ମୁ-କାଶ୍ମୀରକୁ ମିଳିଛି ସ୍ୱତନ୍ତ୍ର ପାହ୍ୟା

ଜମ୍ମୁ-କଶ୍ମୀର ଏବେ ରାଜ୍ୟର ମାନ୍ୟତା ହରାଇବା ସହିତ ଧାରା ୩୭୦ ଅନୁସାରେ ଏହାର ବିଶେଷ ରାଜ୍ୟ ମାନ୍ୟତା ମଧ୍ୟ ହଟାଇ ଦିଆଯାଇଛି। ଅମିତ ଶାହ ରାଜ୍ୟ ସଭାରେ ସରକାରଙ୍କ ଯୋଜନା ସୋମବାର ଉପସ୍ଥାପନ କରିଛନ୍ତି। ଜମ୍ମୁ-କଶ୍ମୀରରେ ପ୍ରଚଳିତ ଧାରା ୩୭୦କୁ ହଟାଇବା ସହିତ ପୁନର୍ଗଠନ ବିଧେୟକକୁ ମଧ୍ୟ ଉପସ୍ଥ।।ପନା କରିଛନ୍ତି ଅମିତ ଶାହ । ଅନୁଛେଦ ୩୭୦ ହଟିଲେ କଶ୍ମୀରରୁ ଲଦାଖ ଅଲଗା ହେବ। ଏହାପରେ କଶ୍ମୀର ଏବଂ ଲଦାଖ ଦୁଇଟି ଅଲଗା ଅଲଗା କେନ୍ଦ୍ର ଶାସିତ ରାଜ୍ୟ ହେବ।

ତେବେ ଅମିତ ଶାହା ନିଜ ବୟାନରେ କହିଛନ୍ତି କି, ଲଦାଖର ଲୋକଙ୍କ ଦୀର୍ଘଦିନ ଧରି ଦାବି ରହିଥିଲା କି ଲଦାଖକୁ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ଦିଆଯାଉ ବୋଲି । ଯାହାଦ୍ୱାରା ଏଠିକାର ଲୋକଙ୍କୁ ନିଜ ଲକ୍ଷ୍ୟ ହାସଲ କରିବାକୁ ସୁଯୋଗ ମିଳିପାରିବ । ଜମ୍ମୁ-କାଶ୍ମୀରକୁ ପୃଥକ ଭାବେ କେନ୍ଦ୍ର ଶାସିତ ରାଜ୍ୟର ମାନ୍ୟତା ଦିଆଯାଇଛି । ଆଉ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତି ପରେ ଏବେ ଜମ୍ମୁ-କାଶ୍ମୀର ରାଜ୍ୟରେ ବିଧାନସଭା ହେବ ।