Odia News Portal

ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କଲେ ମନୋଜ ସିହ୍ନା

ଜମ୍ମୁ() ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଉତ୍ତରପ୍ରଦେଶର ବରିଷ୍ଠ ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କାଶ୍ମୀରର ନୂତନ ଉପରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଛନ୍ତି। ଗତ ବର୍ଷ ରାଜ୍ୟ ବିଭାଜିତ ହୋଇ କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ ବିଜେପି ନେତା ମନୋଜ ସିହ୍ନା ଜମ୍ମୁ-କାଶ୍ମୀରର ଦ୍ୱିତୀୟ ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ବୁଧବାର ଗିରିଶ ଚନ୍ଦ୍ର ମୁର୍ମୁ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେବା ପରେ ବରିଷ୍ଠ ବିଜେପି ନେତା ମନୋଜ ସିହ୍ନାଙ୍କୁ ଜମ୍ମୁ କାଶ୍ମୀରର ନୂଆ ଉପରାଜ୍ୟପାଳ ନିଯୁକ୍ତ କରାଯାଇଥିଲା।