ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗ ବିଜେପିର ତାଲିକା ଦବଦବା ବେଶ୍ ଖାସ ରହିନଥିବାବେଳେ ମୋଦି ଖେଳିଛନ୍ତି ଆଉ ଏ ବାଜି । ଖାସ୍ କରି ଗତ କିଛି ମାସରେ ପଶ୍ଚିମବଙ୍ଗର ରାଜନୀତି ମାହୋଲ କଡ଼ଲେଉଟାଇଛି। ବିଜେପି ଲୋକସଭା ନିର୍ବାଚନରେ ଟିମଏସିକୁ ମାତ୍ ଦେବା ପାଇଁ ଅଣ୍ଟା ଭିଡିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କଠୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା କ୍ରମାଗତ ଆକ୍ରମଣାତ୍ମକ ଶୈଳୀରେ ପଶ୍ଚିମବଙ୍ଗରେ ରାଲି କରି ମମତା ସରକାରଙ୍କୁ ଘେରୁଛନ୍ତି। ଅପରପକ୍ଷେ ଆଜି ମମତାଙ୍କ ଗଡ଼କୁ ପୁଣି ମୋଦି ଯାଇଛନ୍ତି ।
ସେପଟେ ଏକ ସପ୍ତାହ ମଧ୍ୟରେ ଏହା ମୋଦିଙ୍କ ତୃତୀୟ ପଶ୍ଚିମବଙ୍ଗ ଗସ୍ତ ରହିବ । ମୋଦି ଓ ମମତାଙ୍କୁ ନେଇ ସିବିଆଇ ଏବଂ କୋଲକାତା ପୋଲିସ ମଧ୍ୟରେ ଲାଗି ରହିଥିବା ହାଇଭୋଲଟେଜ୍ ଡ୍ରାମା ପରେ ମମତାଙ୍କୁ ଗଡ଼କୁ ମୋଦିଙ୍କ ଗସ୍ତ କେଉଁ ମୋଡ଼ ନେଉଛି ତାହା ଉପରେ ସମସ୍ତଙ୍କ ନଜର । ସେହିଭଳି ଆଜି ପଶ୍ଚିମବଙ୍ଗରେ ମୋଦିଙ୍କ ବିଶାଳ ରାଲି ମମତାଙ୍କ ରଣନୀତିକୁ କ୍ଷରିତ କରି ମୋଦି ଲହର କରିପାରିବ କି ? ନା ପୂର୍ବ ଭଳି ମମତାଙ୍କ ଦବଦବା ମୋଦି ମ୍ୟାଜିକକୁ ଫିକା କରିଦେବ ?
ଅନ୍ୟ ପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଫେବୃଆରୀ ୧୩ ଓ ୧୪ରେ ମୋଦି ସରକାରଙ୍କ ବିରୋଧରେ କୋଲକାତା ଓ ଦିଲ୍ଲୀରେ ଧାରଣା ଦେବାକୁ ଘୋଷଣା କରିଛନ୍ତି । ଏହି ଘୋଷଣା ପରେ ବିଜେପି ନେତା ନିଜର ଧ୍ୟାନ ତୃଣମୂଳ ଶାସିତ ରାଜ୍ୟରେ କେନ୍ଦ୍ରୀଭୂତ କରିଛନ୍ତି। ମମତା ବାନାର୍ଜୀଙ୍କ ପାର୍ଟିର ଟାର୍ଗେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ ରହିଛି। ସବୁ ବିରୋଧୀ ଦଳକୁ ଏକଜୁଟ୍ କରି ଲୋକସଭା ନିର୍ବାଚନରେ ବିଜେପିକୁ କଡ଼ା ଟକ୍କର ଦେବାକୁ ଟିମଏସି ପୂରା ଉଦ୍ୟମ ଚଳାଇଛି। ଶାହା ମଧ୍ୟ ଘୋଷଣା କରିଛନ୍ତି ଯେ ପର୍ୟ୍ୟନ୍ତ ପଶ୍ଚିବଙ୍ଗର ୪୨ ଲୋକସଭା ସିଟ୍ ମଧ୍ୟରୁ ୨୩ ସିଟରେ ପଦ୍ମ ନଫୁଟିଛି ସେ ପର୍ୟ୍ୟନ୍ତ ସେ ବିଶ୍ରାମ ନେବେ ନାହିଁ ।
Sign in
Sign in
Recover your password.
A password will be e-mailed to you.
