Odia News Portal

ଝାରଖଣ୍ଡରେ ନକ୍ସଲ ଆକ୍ରମଣ: ୧୫ ଯବାନ ଆହତ

ରାଞ୍ଚି()  ଝାରଖଣ୍ଡ ଷଢ଼େଇକଳା ଜିଲ୍ଲାରେ ଆଜି ମାଓବାଦୀ ଆଇଇଡି ବିସ୍ଫୋରଣ କରିଛନ୍ତି। ଭୋର ୪ଟା ସମୟରେ ଏହି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ଆଇଡି ବିସ୍ଫୋରଣରେ ୧୫ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଯବାନଙ୍କୁ ହେଲିକପ୍ଟର୍ ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।

ଝାଡ଼ଖଣ୍ଡ ପୋଲିସ ଓ ୨୦୯ର କୋବ୍ରାବାଟାଲିୟନର ଯବାନମାନେ ମିଳିତ ସ୍ପେଶାଲ ଅପରେସନରେ ବାହାରିଥିଲେ । ଯବାନଙ୍କ ରାସ୍ତାରେ କୁଚାଇ ନିକଟରେ ମାଓବାଦୀମାନେ ପୂର୍ବରୁ ଖଞ୍ଜିଥିବା ଆଇଇଡି ବିସ୍ଫୋରଣ ହୋଇଥିଲା । ଝାଡ଼ଖଣ୍ଡ ପୁଲିସ୍, ୨୦୯ କୋବ୍ରା ମିଳିତ ଭାବେ ଏହି ଅପରେସନ କରିଥିବା ବେଳେ ଆକ୍ରମଣରେ ୧୫ ଜଣ ଯବାନ ଗୁରୁତର ଭାବେ ଆହତ ହୋଇଛନ୍ତି ।