Odia News Portal

ଗଣିତରେ କାହିଁକି ଦିଆଯାଏନି ନୋବେଲ ପୁରସ୍କାର , ଜାଣନ୍ତୁ ପ୍ରକୃତ କାରଣ

୨୦୧୯ ବର୍ଷ ଲାଗି ନୋବେଲ ଘୋଷଣା ହୋଇସାରିଛି। ନୋବେଲ ପୁରସ୍କାର ହେଉଛି ବିଶ୍ୱର ସବୁଠୁ ସମ୍ମାନଜନକ ପୁରସ୍କାର। ଆଲଫ୍ରେଡ ନୋବେଲଙ୍କ ନାମ ଅନୁସାରେ ଏହାର ନାମକରଣ କରାଯାଇଛି। ଏହି ପୁରସ୍କାର ୬ଟି କ୍ଷେତ୍ର ଯଥା ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଶରୀରତତ୍ତ୍ବ/ଭେଷଜ ବିଜ୍ଞାନ , ସାହିତ୍ୟ, ଶାନ୍ତି ପ୍ରତିଷ୍ଠା ଓ ଅର୍ଥଶାସ୍ତ୍ରରେ ବିଶେଷ ଅବଦାନ ପାଇଁ ପ୍ରଦାନ କରାଯାଇଥାଏ।

କିନ୍ତୁ ଜାଣିଛନ୍ତି କି ଏହି ପୁରସ୍କାର କାହିଁକି ଗଣିତଜ୍ଞଙ୍କୁ ଦିଆଯାଏ ନାହିଁ। ଏହା ପଛରେ କିଛି ମଜାଦାର କାହାଣୀ ଶୁଣିବାକୁ ମିଳେ। ପ୍ରଥମଟି ହେଉଛି, ଏହି ପୁରସ୍କାର ଆରମ୍ଭ ହେବାବେଳେ ଭୁଲ୍ରେ ଏହି ବିଭାଗରେ ଗଣିତ ସାମିଲ ହୋଇ ନ ଥିଲା। ଦ୍ୱିତୀୟଟି ହେଉଛି,ଆଲଫ୍ରେଡ ନୋବେଲ ଗଣିତଜ୍ଞଙ୍କୁ ପସନ୍ଦ କରୁ ନ ଥିଲେ। କାରଣ ଜଣେ ଗଣିତଜ୍ଞଙ୍କ ପାଇଁ ତାଙ୍କ ପ୍ରେମିକା ତାଙ୍କୁ ଛାଡି ପଳାଇଥିଲେ। ଫଳରେ ସେ ସାରା ଜୀବନ ଅବିବାହିତ ଥିଲେ। ତୃତୀୟଟି ହେଉଛି, ଆଲଫ୍ରେଡ ନୋବେଲ ଗଣିତ ବିଷୟରେ ରୁଚି ରଖୁ ନ ଥିଲେ।