ପାକିସ୍ତାନ() ଅକ୍ଟୋବର ମାସରେ ହେବ ଭାରତ-ପାକିସ୍ତାନ ଯୁଦ୍ଧ । ଏନେଇ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ମନ୍ତ୍ରୀ ଶେଖ ରଶୀଦ ଯୁଦ୍ଧ ସମୟର ଭବିଷ୍ୟବାଣୀ କରିଛନ୍ତି । ଆସନ୍ତା ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବ ବୋଲି ସିଏ କହିଛନ୍ତି ।
ପାକିସ୍ତାନ ଗଣମାଧ୍ୟମ ‘ଦୁନିଆ ଟିଭି’ର ସୂଚନା ମୁତାବକ, ବୁଧବାର ଏକ ସେମିନାରେ ଯୋଗ ଦେଇଥିବାବେଳେ ମନ୍ତ୍ରୀ ଶେଖ ରଶୀଦ ଆସନ୍ତା ଅକ୍ଟୋବର ରୁ ନଭେମ୍ବର ମଧ୍ୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ହେବାର ସେ ଦେଖି ପାରୁଛନ୍ତି ବୋଲି କହିଛନ୍ତି । ସେମିନାରେ ସେ ତାହାର ପ୍ରସ୍ତୁତ ପାଇଁ ଆସିଛନ୍ତି । ପାକିସ୍ତାନ ସେନା ପାଖରେ ଯେଉଁ ଅସ୍ତ୍ର ରହିଛି ତାହାକୁ ଦେଖାଇବାକୁ ନୁହେଁ ବରଂ ପ୍ରୟୋଗ କରିବାକୁ ରଖାଯାଇଛି । ଆମେ ସଂଯୁକ୍ତ ରାଷ୍ଟ୍ର ନିକଟରେ ବାରମ୍ବାର ଏ ପ୍ରସଙ୍ଗକୁ ଉଠାଇବୁ । ପାକିସ୍ତାନ ତା’ର ଶେଷ ନିଶ୍ୱାସ ପର୍ୟ୍ୟନ୍ତ କଶ୍ମୀର ପାଇଁ ଲଢ଼େଇ ଜାରି ରଖିବ ବୋଲି ରଶୀଦ କହିଛନ୍ତି ।
ରଶୀଦ କିଛି ଦିନ ତଳେ ଭାରତ ଓ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ କଥା କହିଥିଲେ । ଏହା ପରେ ସେ ଲଣ୍ଡନରେ ପହଁଚିବା ପରେ ତାଙ୍କ ଉପରେ ଅଣ୍ଡାମାଡ଼ କରାଯାଇଥିଲା ।
