ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜ ଟ୍ୱିଟର ହ୍ୟାଣ୍ଡଲର ନାଁ କୁ ବଦଳାଇ ଦେଇଛନ୍ତି । ଲୋକସଭା ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ‘ଚୌକିଦାର’ ଛବିକୁ ଦେଖି ପିଏମ୍ ମୋଦି ନିଜ ବ୍ୟକ୍ତିଗତ ଟ୍ୱିଟର ହ୍ୟାଣ୍ଡଲର ନାଁ ବଦଳାଇ ‘ଚୌକିଦାର ନରେନ୍ଦ୍ର ମୋଦି’ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହ ସମେତ ସବୁ ବିଜେପି ନେତା ନିଜ ଟ୍ୱିଟର ହ୍ୟାଣ୍ଡଲରେ ନାଁ ଆଗରେ ‘ଚୌକିଦାର’ ଶବ୍ଦକୁ ଲଗାଇଛନ୍ତି ।
ଏଥିରେ ପିୟୁଷ ଗୋଏଲ୍ ,ଅମିତ୍ ମାଲବିୟ,ତେଜିନ୍ଦର ବଗ୍ଗା ମଧ୍ୟ ସାମିଲ୍ ଅଛନ୍ତି । ବିଜେପି ଶାସିତ ରାଜ୍ୟର କିଛି ମୁଖ୍ୟମନ୍ତ୍ରୀ ମଧ୍ୟ ନିଜ ନାଁ ଆଗରେ ‘ଚୌକିଦାର’ ଶବ୍ଦକୁ ଯୋଡି ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଶନିବାର #MainBhiChowkidar ମାଧ୍ୟମରେ ପ୍ରି-ପୋଲ୍ କ୍ୟାମ୍ପେନର ଆରମ୍ଭ କରିଛନ୍ତି । ସେ ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଆପଣଙ୍କ ଚୌକିଦାର ସାହସର ସହ ଠିଆ ହେବା ସହ ଦେଶର ସେବା କରୁଛି ।