Odia News Portal

ବିଜେଡି ସାଂସଦ ମାନେ ଅନୁଶାସନରେ ରହି କାର୍ୟ୍ୟ କରୁଛନ୍ତି : ମୋଦି

ନୂଆଦିଲ୍ଲୀ()ରାଜ୍ୟସଭାରେ ବିଜେଡି ଓ ଏନସିପିକୁ ପ୍ରଂଶସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସଂସଦର ଶୀତ ଅଧିବେଶନରେ ରାଜ୍ୟସଭାକୁ ସମ୍ବୋଧିତ କରିବା ବେଳେ ବିଜେଡି ଓ ଏନସିପିର କାର୍ୟ୍ୟଶୈଳୀକୁ ପ୍ରଂଶସା କରିଛନ୍ତି ମୋଦି ।

ମୋଦି କହିଛନ୍ତି, ବିଜେଡି ଓ ଏନସିପି କେବେ ଗୃହର ମଧ୍ୟ ଭାଗକୁ ଆସି ହୋହାଲ୍ଲା କରିନାହାନ୍ତି । ଏପରିକି ଗୃହର କାର୍ୟ୍ୟରେ କେବେ ବାଧା ସୃ୍ଷ୍ଟି କରିନାହାନ୍ତି । ତେଣୁ ତାଙ୍କ ଠାରୁ ଅନ୍ୟ ଦଳ ଶିଖିବା ଉଚିତ । ବିଜେଡି ଓ ଏନସିପିର ସାଂସଦ ମାନେ ଅନୁଶାସନରେ ରହି କାର୍ୟ୍ୟ କରୁଛନ୍ତି । ଉଚିତ ଢଙ୍ଗରେ ବିଜେଡି ସାଂସଦ ମାନେ ନିଜର ଦାବି ଉପସ୍ଥାପନ କରିବା ସହ ସଂସଦର ନୀତି ନିୟମକୁ ମାନିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହାଛଡା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ମିଳିତ ଭାବେ କାମ କଲେ ବିକାଶମୂଳକ କାମ ଆଗକୁ ବଢିବ ।