Odia News Portal

ଏଣିକି ଟ୍ରେନକୁ ପ୍ରବେଶ କରି‌ବେ ନାହିଁ କିନ୍ନର

ଭୁବନେଶ୍ବର()   ଏଣିକି ଷ୍ଟେସନ ହେଉ କିମ୍ବା ଟ୍ରେନ ପ୍ରବେଶ କରିବେ ନାହିଁ କିନ୍ନର। ଯାତ୍ରୀ ହିସାବରେ ଯାଇ ପାରିବେ କିନ୍ତୁ ଭିକ୍ଷାବୃତ୍ତି କରି ପାରିବେ ନାହିଁ। ଆଜି ରେଲୱେ କତ୍ତୃପକ୍ଷ, ଆରପିଏଫ ଓ ରେଳବାଇ ପୁଲିସ ଏକ ମିଳିତ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଥିପାଇଁ କିନ୍ନରମାନଙ୍କ ସହିତ ପ୍ରଥମେ ଆଲୋଚନା କରାଯିବ। ଏହାପରେ ଯଦି ସେମାନେ ନିୟମ ନମାନି ଷ୍ଟେସନ ଓ ଟ୍ରେନ ଭିତରେ ଭିକ୍ଷାବୃତ୍ତି କରନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବୈଠକରେ ଷ୍ଟେସନ ଓ ଟ୍ରେନ ଭିତରେ ଯାତ୍ରୀଙ୍କ ସୁରକ୍ଷା ନେଇ ମଧ୍ୟ ଆଲୋଚନା ହୋଇଥିଲା। ଦିନକୁ ଦିନ ଟ୍ରେନରେ କିନ୍ନରଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଯାତ୍ରୀମାନଙ୍କ ଠାରୁ ଡରାଇ ଧମକାଇ କିନ୍ନରମାନେ ଟଙ୍କା ଆଦାୟ କରୁଥିବାର ଦେଖିବା ପାଇଁ ମିଳୁଛି ।

ଏହା ବ୍ୟତୀତ ଲୁଟେରାମାନଙ୍କ ହାବୁଡ଼ରେ ଯାତ୍ରୀମାନେ ନ ପଡ଼ିବା ନେଇ ପୁଲିସ ଯତ୍ନବାନ ହେବ। ଏଥିପାଇଁ ଜିଆରପି ଓ ରେଲୱେ ପୁଲିସ ମଧ୍ୟରେ ଏକ ହ୍ବାଟସଆପ୍ ଗ୍ରୁପ ଗଠନ କରାଯିବ। ଏହି ଗ୍ରୁପ ମାଧ୍ୟମରେ ପେଶାଦାର ରେଳବାଇ ଅପରାଧୀମାନଙ୍କ ଫଟୋ ସେୟାର କରାଯିବ। ସେହିପରି ଗ୍ରୁପ ମାଧ୍ୟମରେ ତଥ୍ୟ ଆଦାନ ପ୍ରଦାନ କରାଯିବ। ଟ୍ରେନରେ ନିଶା, ମାରଣାସ୍ତ୍ର ଚାଲାଣ ଉପରେ ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଲୋଚନା ହୋଇଥିଲା।