Odia News Portal

ସାମ୍ବାଦିକ ହତ୍ୟା ମାମଲା- ରାମ ରହିମ ଦୋଷୀ ସାବ୍ୟସ୍ତ

ହରିୟାଣାର ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟାକାଣ୍ଡ ମାମଲାରେ ଆସିଲା ରାୟ। ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ରାମ ରହିମ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ପଞ୍ଚକୁଲା ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମଙ୍କ ସମେତ ୪ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ୧୭ ତାରିଖରେ ସେମାନଙ୍କ ବିରୋଧର ଦଣ୍ଡବିଧାନ କରାଯିବ। ଆଜିର ଶୁଣାଣି ପୂର୍ବରୁ ପଞ୍ଚକୁଲା କୋର୍ଟ ପରିସରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ୨୦୦୨ ମସିହାରେ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଡେରା ସଚ୍ଚା ସୌଦା ଉପରେ ସେ ଖବର ପ୍ରକାଶ କରୁଥିଲେ। ତାଙ୍କ ହତ୍ୟାକାଣ୍ଡ ମାମଲାରେ ରାମ ରହିମଙ୍କ ସଂପୃକ୍ତି ଅଭିଯୋଗ କରିଥିଲେ ପରିବାର ଲୋକ। ମାମଲାର ତଦନ୍ତ କରିଥିଲା ସିବିଆଇ ଓ ୨୦୦୭ରେ ରାମ ରହିମଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା। ରାମ ରହିମଙ୍କ ନାଁରେ ଥିଲା ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ ।