ନୂଆଦିଲ୍ଲୀ() ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ୭.୮ଲକ୍ଷ ଟଙ୍କାର ଋଣ ବଜାରରୁ ନେବାର ପ୍ରସ୍ତୁତିରେ ଅଛନ୍ତି। କିନ୍ତୁ ମୋଦି ସରକାରଙ୍କ ପୂର୍ବତନ ଅର୍ଥସଚିବ ସୁଭାଷ ଚନ୍ଦ୍ର ଗର୍ଗ ଏହି ଋଣ ରିଜର୍ଭ ବ୍ୟାଙ୍କରୁ ନେବାର ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଏହା ଜରୁରୀ ଯେ, ଭାରତ ସରକାର ଏହି ଋଣ ବଜାରରେ ନେବା ବଦଳରେ ସିଧାସଳ ଭାବରେ ରିଜର୍ଭ ବ୍ୟାଙ୍କରୁ ନେଇ ନିଅନ୍ତୁ। ଏଥିପାଇଁ ରାଜକୋଷୀୟ ଉତ୍ତରଦାୟୀ ଓ ବଜେଟ୍ ପ୍ରବନ୍ଧନ ଆଇନ(ଏଫଆରବିଏମ୍)ରେ ସଂଶୋଧନ କରାଯିବା ଦରକାର।’
ଏହା ସହିତ ସୁଭାଷ ଗର୍ଭ କରୋନା ଭାଇରସ୍ କାରଣରୁ ଅର୍ଥନୀତିରେ ହେବାକୁ ଥିବା କ୍ଷତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ। ସେ କହିଥିଲେ ଏହି ସମୟରେ ସରକାର ସମସ୍ତ ଘରୋଇ ଉତ୍ପାଦ(ଜିଡିପି)ର ୂ୨ରୁ ୨.୫ ପ୍ରତିଶତ ଅର୍ଥାତ ପ୍ରାୟ ୪-୫ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ଋଣ ନେବାକୁ ପଡିପାରେ। ସୁଭାଷଙ୍କ କହିବା ଅନୁସାରେ, ସରକାରଙ୍କୁ ଛୋଟ କାରବାର କିମ୍ବା କାମ କରୁଥିବା ଲୋକଙ୍କ ସାହାର୍ଯ୍ୟ କରିବା ଦରକାର। ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଆବଶ୍ୟକ ରହିଛି।ଯେଉଁଠି କରୋନା ଭାଇରସ୍ ମାମଲା ନାହିଁ ସେଠାରେ ଲକଡାଉନ୍ ହଟାଇଦେବା ଦରକାର। ସେଭଳି ଖନନ, ନିର୍ମାଣ ଭଳି କମ୍ ବିପଦ ଥିବା ଉଦ୍ୟୋଗକୁ ଖୋଲି ଦେବା ଦରକାର।