Odia News Portal

ବିସିସିଆଇର ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଲେ ସୌରଭ

ନୂଆଦିଲ୍ଲୀ() ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର (ବିସିସିଆଇ) ସଭାପତି ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି ସୌରଭ ଗାଙ୍ଗୁଲି। ।ସୌରଭ ଦାୟିତ୍ୱ ନେବା ପରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ରଶାସନିକ କମିଟି (ସିଓଏ)ର ୩୩ମାସ ଧରି ଚାଲିଥିବା ଶାସନ ଯୁଗ ଶେଷ ହୋଇଛି। ବିସିସିଆଇର ଅଧ୍ୟକ୍ଷ ପଦ ପାଇଁ ଗାଙ୍ଗୁଲିଙ୍କ ନାମାଙ୍କନ ସର୍ବସମ୍ମତିକ୍ରମେ ହୋଇଛି। ଆଗାମୀ ୯ ମାସ ପର୍ୟ୍ୟନ୍ତ ସେ ଏହି ପଦବୀରେ ରହିବେ ।

ସୌରଭଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହା ବିସିସିଆଇର ସମ୍ପାଦକ ପଦ ସମ୍ଭାଳିବେ । କ୍ରିକେଟ ପ୍ରଶାସନ କ୍ଷେତ୍ରରେ ସୌରଭଙ୍କର ଯଥେଷ୍ଟ ଅଭିଜ୍ଞତା ରହିଛି । ସେ ବେଙ୍ଗଲ କ୍ରିକେଟ୍ ଆସୋସିଏସନର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ୟ୍ୟ କରିଛନ୍ତି । କ୍ରିକେଟ ପରାମର୍ଶଦାତା କମିଟିର ସଦସ୍ୟ ରହିବା ସହ ଆଇପିଏଲ ଦଳର କାର୍ୟ୍ୟକର୍ତା ଭାବେ ମଧ୍ୟ କାର୍ୟ୍ୟ କରିସାରିଛନ୍ତି । ବିସିସିଆଇ ଓ ଭାରତୀୟ କ୍ରିକେଟରେ ସମସ୍ୟା ଗୁଡ଼ିକର ସମାଧାନ କରିବା ଉପରେ ଜୋର ଦେବେ ବୋଲିି କହିଛନ୍ତି ସୌରଭ ।