Odia News Portal

ବୈଜ୍ଞାନିକ ମାନେ ମହାକାଶ ଗଲେ ମାସ ମାସ ଧରି ଖାଇବେ କଣ , ଜାଣନ୍ତୁ

ଇସ୍ରୋ ଦ୍ଵାରା ଭାରତ ନିଜର ପ୍ରଥମ ଗଗନଯାନ ମହାକାଶକୁ ପଠାଇବ । ଇସ୍ରୋ ପାଇଁ ଗଗନଯାନରେ ମହାକାଶ ଯାତ୍ରୀଙ୍କୁ ପଠାଯିବା ସହିତ ସୁରକ୍ଷିତ ଭାବରେ ସେମାନଙ୍କୁ ପୃଥିବୀ ପୃଷ୍ଠକୁ ଫେରାଇ ଆଣିବା ଏକ ଚ୍ୟାଲେଞ୍ଜ ହୋଇଛି । ଏହି ମିଶନ ପାଇଁ ୪ ଜଣ ଭାରତୀୟ ଙ୍କୁ ଇସ୍ରୋ ବାଛିଚି ।

ସୂଚନା ଅନୁସାରେ ଆସନ୍ତା ମାସର ଅଁନ୍ତିମ ରେ ଏହି ୪ ଜଣ ମହାକାଶ ଯାତ୍ରୀଙ୍କୁ ରୁଷ୍ ପଠାଯିବ ଏବଂ ସେଠାରେ ସେମାନେ ପ୍ରଶିକ୍ଷିତ ହେବେ । ତାପରେ ସମସ୍ତଙ୍କ ମନରେ ମହାକାଶ ଯାତ୍ରୀ ମାନେ ଖାଇବେ କଣ ବୋଲି ପ୍ରଶ୍ନ ଉଠୁଥିବ । ତାହାଲେ ଇସ୍ରୋ ୨୨ ରୁ ଉର୍ଧ ପ୍ରକାରର ଖାଦ୍ୟ ମହାକାଶ ଯାତ୍ରୀ ଙ୍କ ପାଇଁ ତିଆରି କରିଛି ।

ସେ ସବୁ ଖାଦ୍ୟ ମଧ୍ୟରେ ଅଧିକ ଶକ୍ତି ଉତ୍ପନ୍ନକାରୀ ଫୁଡ , ଡ୍ରାଏ ଫ୍ରୁଟ୍ସ ଏବଂ ଫଳ କୁ ସାମିଲ କରିଛି ଇସ୍ରୋ । ମାସ ମାସ ଧରି ଚାଲିଥଏ ଇସ୍ରୋ ର ଏହି ସବୁ ମିଶନ, ସେଥିପାଇଁ ମହୀଶୂର ରେ ଥିବା ଡ଼ିଏଫଆରଏଲ ଏହି ଖାଦ୍ୟ ପ୍ରସ୍ତୁତ କରିବ । ଏହି ସବୁ ଖାଦ୍ୟ ବର୍ଷ ବର୍ଷ ଧରି ରହିଲେ ମଧ୍ୟ ଖରାପ ହୋଇ ନଥାଏ ।
ଡିଆରଏଫଏଲ ର ଡା. ଅନୀଲ ଦତ୍ତ ଙ୍କ ସୂଚନା ଅନୁସାରେ ଖାଦ୍ୟ ଗରମ କରିବା ପାଇଁ ମହାକାଶ ଯାତ୍ରୀଙ୍କୁ ଏକ ଆଧୁନିକ ଉପକରଣ ବି ଦିଆଯିବ । ଏଥିରେ ଖାଦ୍ୟ କୁ ୭୦ ରୁ ୮୦ ଡିଗ୍ରୀ ପର୍ୟ୍ୟନ୍ତ ଗରମ କରା ଯାଇପାରିବ ।

ଏଥିରେ ଚିକେନ କିମ୍ବା ମଟନ ତରକାରୀ ମଧ୍ୟ ସେମାନେ ତିଆରି କରି ଖାଇ ପାରିବେ । ସେଥିପାଇଁ ସେମାନଙ୍କୁ ପ୍ୟାକେଟ ଖୋଲି ତାକୁ ଗରମ କରି ଖାଇବାକୁ ପଡିବ । ମାତ୍ର ପ୍ୟାକେଟ କୁ ଗୋଟେ ଥର ଖୋଲିଲେ ତାକୁ ୨୪ ଘଣ୍ଟା ମଧ୍ୟରେ ଖାଇବାକୁ ପଡିବ ।