Odia News Portal

ଏଣିକି ମହିଳା ଅଧିକାରୀଙ୍କୁ ସ୍ଥାୟୀ ପଦପଦବୀ

ନୂଆଦିଲ୍ଲୀ () ମହିଳା ଅଧିକାରୀଙ୍କୁ ଏଣିକି ସ୍ଥାୟୀ ପଦପଦବୀ ମିଳିବ।ଆଜି ଏନେଇ ଐତିହାସିକ ରାୟ ପ୍ରଦାନ କରିଛନ୍ତି ସୁପି୍ରମକୋର୍ଟ । ପୁରୁଷଙ୍କ ଭଳି ସେନାରେ ମହିଳାଙ୍କ ନିଯୁକ୍ତି ପାଇଁ ମଧ୍ୟ ସମାନ ନୀତି ଅବଲମ୍ବନ କରାଯିବ। ସେନା ବାହିନୀରେ ସର୍ବଦା ସମାନତା ରହିବା ଦରକାର ବୋଲି ମଧ୍ୟ କୋର୍ଟ କହିଛନ୍ତି। ସୁପ୍ରିମକୋର୍ଟ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ କମାଣ୍ଡ ପୋଷ୍ଟିଂ ନୀତି ଲାଗୁ କରିବା ପାଇଁ ୩ ମାସ ସମୟ ଦେଇଛନ୍ତି। ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଅଜୟ ରସ୍ତୋଗୀଙ୍କ ଖଣ୍ଡପୀଠ ମାମଲାର ବିଚାର ହୋଇଛି ।

ସୂଚନା ଅନୁସାରେ, ପୂର୍ବରୁ ୨୦୧୦ରେ ଦିଲ୍ଲୀ ହାଇକୋର୍ଟ ସେନା ବାହିନୀରେ ମହିଳା ଅଫିସରମାନଙ୍କୁ ସେନା ବାହିନୀରେ ପୁରୁଷ ଅଧିକାରୀଙ୍କ ପରି ସ୍ଥାୟୀ କମାଣ୍ଡିଂ ପଦପଦବୀ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏହାକୁ କେନ୍ଦ୍ର ସରକାର ଗ୍ରହଣ କରି ନଥିଲେ ଏବଂ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ସୁପ୍ରିମକୋର୍ଟ କେନ୍ଦ୍ରର ସମସ୍ତ ଆବେଦନକୁ ଖାରଜ କରିଦେଇଛନ୍ତି।