ନୂଆଦିଲ୍ଲୀ() ଆସନ୍ତାକାଲି ସୁପ୍ରିମକୋର୍ଟ ଦେଶରେ ଡାକ୍ତରଙ୍କ ସୁରକ୍ଷା ଓ ନିରାପତ୍ତା ସଂକ୍ରାନ୍ତରେ ଶୁଣାଣି କରିବେ। ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ସୂର୍ୟ୍ୟ କାନ୍ତ ଏହି ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।
ଗତ ସପ୍ତାହରେ ପଶ୍ଚିମବଙ୍ଗର ନୀଲରତନ ମେଡିକାଲ କଲେଜର ଜଣେ ଡାକ୍ତର ରୋଗୀଙ୍କ ସମ୍ପର୍କୀୟମାନଙ୍କର ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସୁରକ୍ଷା ଏବଂ ନିରାପତ୍ତା ଦାବି କରି କୋଲକାତାର ଡାକ୍ତରମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏବେ ଏହି ଆନ୍ଦୋଳନ ସାରା ଦେଶକୁ ବ୍ୟାପିଛି।
ଏହି ମାମଲାର ଶୁଣାଣି ପାଇଁ ଆଜି ବିଚାରପତି ଜଷ୍ଟିସ୍ ଦୀପକ ଗୁପ୍ତା ଏବଂ ଜଷ୍ଟିସ ସୂର୍ୟ୍ୟ କାନ୍ତ ରାଜି ହୋଇଛନ୍ତି।ଆବେଦନକାରୀ ଆଲୋକ ଶ୍ରୀବାସ୍ତବ ନିଜ ଆବେଦନରେ ଦେଶର ସମସ୍ତ ହସ୍ପିଟାଲ ଏବଂ ଡାକ୍ତରଙ୍କ ସୁରକ୍ଷାକୁ ନେଇ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ନିବେଦନ କରିଛନ୍ତି। ପଶ୍ଚିମବଙ୍ଗରେ ଡାକ୍ତରଙ୍କ ସୁରକ୍ଷା ଦାବି କରି ଆନ୍ଦୋଳନ କରୁଛନ୍ତି।