ଆଇସ୍ଲାଣ୍ଡ୍ରେ ସଡ଼କ ଦୁର୍ଘଟନା ଘଟି ତିନି ଜଣ ଭାରତୀୟ ବଂଶୋଦ୍ଭବ ବ୍ରିଟିସ୍ ନାଗରିକଙ୍କର ମୃତ୍ୟୁ ହୋଇଛି। ଦୁଇ ଭାଇ ଓ ସେମାନଙ୍କ ପରିବାର ଯାଉଥିବା ସ୍ପୋର୍ଟସ୍ ୟୁଟିଲିଟି ଭେଇକ୍ଲଟି ରେଲିଙ୍ଗ୍ ଦେଇ ପୋଲ ତଳକୁ ଖସିପଡ଼ିଥିଲା।
ଆଇସ୍ଲାଣ୍ଡ୍ ପୁଲିସ କହିଛି ମୃତ ବ୍ୟକ୍ତିଙ୍କ ମଧ୍ୟରେ ରହିଛି ଗୋଟାଏ ପିଲା ଏବଂ ଆହତ ବ୍ୟକ୍ତିଙ୍କ ମଧ୍ୟରେ ରହିଛନ୍ତି ୭ ଓ ୯ ବର୍ଷ ବୟସର ଦୁଇଟି ପିଲା। ଆହତମାନେ ଗୋଟିଏ ପରିବାରର ବୋଲି ପୁଲିସ ପ୍ରଥମେ କହିଥିଲା।
ଦକ୍ଷିଣ ଆଇସ୍ଲାଣ୍ଡ୍ର ବିସ୍ତତ ସମତଳ ବାଲୁକା ଅନ୍ତର୍ଗତ ସ୍କିଡାରାର୍ସାଣ୍ଡୁର୍ରେ ଥିବା ଓ୍ଵାନ୍-ଲେନ୍ ପୋଲ ଉପର ରେଲିଙ୍ଗ୍ ଉପରେ ଧକ୍କା ଖାଇବାରୁ ଦୁର୍ଘଟନା ଘଟିଥିଲା। ପୋଲରୁ ଖସି କାର୍ଟି ପଥୁରିଆ ନଈକୂଳରେ ପଡ଼ିଥିଲା।