Odia News Portal

ଟପ୍ ଟେନରେ ଭାରତ

ନୂଆଦିଲ୍ଲୀ() ଦେଶରେ କରୋନା ମୃତ୍ୟୁସଂଖ୍ୟା ଏବେ ସୁଦ୍ଧା ୪,୧୬୭ ରେ ପହଞ୍ଚିଛି ।କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୪୫,୩୮୦ ଥିବା ବେଳେ ଚିକିତ୍ସିତ ହେଉଛନ୍ତି ୮୦,୭୨୨ ଜଣ । ଏହାସହ ସୁସ୍ଥ ସଂଖ୍ୟା ୬୦,୪୯୧କୁ ବୃଦ୍ଧି ପାଇଛି।କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି। ଦେଶରେ ଗତ ୨୪ ଘଣ୍ଟାରେ ୧୪୬ ମୃତ, ୬୫୩୫ଟି ନୂଆ ଆକ୍ରାନ୍ତ ଓ ୨୭୭୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେପଟେ ମହାରାଷ୍ଟ୍ରରେ ସର୍ବାଧିକ ୧୬୯୫ ଜଣ, ଗୁଜରାଟ ୮୮୮,ମଧ୍ୟପ୍ରଦେଶ ୩୦୦,ପଶ୍ଚିମବଙ୍ଗ ୨୭୮,ଦିଲ୍ଲୀ ୨୭୬,ରାଜସ୍ଥାନ ୧୬୭ ଓ ଉତ୍ତର ପ୍ରଦେଶରେ ୧୬୫ ଜଣଙ୍କର ମୃତ୍ୟୁ ହୋଇଛି।

ଏହା ସହିତ ଭାରତ ବିଶ୍ବର ୧୦ଟି ସର୍ବାଧିକ କରୋନା ପ୍ରଭାବିତ ରାଷ୍ଟ୍ର ତାଲିକାରେ ସାମିଲ ହୋଇଛି। ୧୬ ଲକ୍ଷ ୪୫ ହଜାର ମାମଲା ସହିତ ଆମେରିକା ପ୍ରଥମ ସ୍ଥାନରେ ରହିଥିବା ବେଳେ ଭାରତ ୧୦ମ ସ୍ଥାନରେ ରହିଛି।