ଯୋଗ ଗୁରୁ ବାବା ରାମଦେବଙ୍କ ଅଭିଯୋଗ । ଦେଶର ଖ୍ୟାତି ବଢ଼ାଇଥିବା ସନ୍ନ୍ୟାସୀମାନଙ୍କୁ କାହିଁକି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ମିଳି ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସେ କହିଛନ୍ତି ଦେଶ ସ୍ୱାଧୀନ ହେବାର ୭୦ ବର୍ଷ ବିତି ଗଲାଣି । ହେଲେ ମହର୍ଷି ଦୟାନନ୍ଦ ସରସ୍ୱତୀ, ସ୍ୱାମୀ ବିବେକାନନ୍ଦ, ଶିବ କୁମାର ସ୍ୱାମୀଙ୍କ ଭଳି ସନ୍ନ୍ୟାସୀ ତଥା ସମାଜ ସଂସ୍କାରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିବା ଏଭଳି ବ୍ୟକ୍ତିତ୍ୱଙ୍କୁ ଭାରତ ରତ୍ନ ସମ୍ମାନ ମିଳିବା ଉଚିତ । ଏ ସମ୍ପର୍କରେ ସେ ଭାରତ ସରକାରଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏଭଳି ମହାନ୍ ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବା ଦରକାର ।