Odia News Portal

ରାଜସ୍ଥାନରେ ଦୁଇ ଆଶାୟୀ: ଆଜି ଘୋଷଣା ହେବ ମୁଖ୍ୟମନ୍ତ୍ରୀଙ୍କ ନାଁ

ରାଜସ୍ଥାନରେ କିଏ ହେବ କଂଗ୍ରେସର ମୁଖ୍ୟମନ୍ତ୍ରୀ ତାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ରାଜସ୍ଥାନରେ ଦୁଇ ଆଶାୟୀ । ଜଣେ ଦଳର ବରିଷ୍ଠ ନେତା ଅଶୋକ ଗେହଲଟ, ଆଉ ଜଣେ ଯୁବ ଚେହେରା ସଚିନ ପାଇଲଟ୍ । ଉଭୟ ନେତାଙ୍କ ସମର୍ଥକମାନେ ନିଜ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି କରୁଛନ୍ତି । ଏପରି ସ୍ଥିତି ଯୋଗୁଁ କଂଗ୍ରେସ ହାଇକମାଣ୍ଡ ୨ ନେତାଙ୍କୁ ଦିଲ୍ଲୀ ଡକାଇଛନ୍ତି । ଏବଂ ଉଭୟ ସଚିନ ଏବଂ ଅଶୋକ ଦିଲ୍ଲୀ ପହଞ୍ଚିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ସେମାନେ ସାକ୍ଷାତ କରିବେ ।  ରାଜସ୍ଥାନରେ ଅଭିଜ୍ଞ ଅଶୋକ ଗେହଲଟ ମୁଖ୍ୟମନ୍ତ୍ରୀ ରେସରେ ଆଗରେ ଅଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କିଏ ହେବ ତାହାର ନିଷ୍ପତି ହାଇକମାଣ୍ଡ ନେବେ ବୋଲି ନିଷ୍ପତି ନିଆଯାଇଛି । ରାଜସ୍ଥାନରେ କଂଗ୍ରେସକୁ ବହୁମତ ମିଳିବା ପରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଆରମ୍ଭ ହୋଇଯାଇଛି ଅଙ୍କକଷା । କାଲି ବସିଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ବିଧାୟକମାନେ ସେମାନଙ୍କର ନେତା ଚୟନ କରି ଲିଖିତ ରାୟ ପ୍ରଦାନ କରିଛନ୍ତି ।ତେବେ କଂଗ୍ରେସ ବିଧାୟକ ଦଳ ବୈଠକରେ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ପଦ ପାଇଁ ନିଷ୍ପତି ନେବେ ବୋଲି ଏକ ଧାଡିକିଆ ପ୍ରସ୍ତାବ ଆଣିଥିଲେ ଅଶୋକ ଗେହଲୋତ । ହାଇକମାଣ୍ଡ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ମୁଖ୍ୟମନ୍ତ୍ରୀ ବାଛିବେ ବୋଲି ଜଣାପଡିଛି । କିଏ ମୁଖ୍ୟମନ୍ତ୍ରୀ ହେବ ତାହା ଆଜି ଘୋଷଣା ହେବାର ସୂଚନା ମିଳିଛି । ଆଜି ମୁଖ୍ୟମନ୍ତ୍ରୀ ସମ୍ପର୍କରେ ଘୋଷଣା କରିବାକୁ  ସଂପକ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ  କଂଗ୍ରେସ ସଭାପତି ରାହୁଲ ଗାନ୍ଧି ।