Odia News Portal

୬ଷ୍ଠ ପର୍ୟ୍ୟାୟ ନିର୍ବାଚନ ପାଇଁ ଭୋଟଗ୍ରହଣ

୬ଷ୍ଠ ପର୍ୟ୍ୟାୟ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ମତଦାନ । ଏହି ପର୍ୟ୍ୟାୟରେ ମୋଟ ୯୭୯ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ମୋଟ ୧୦.୧୬ କୋଟି ମତଦାତା ଆଜି ନିଜର ନେତାଙ୍କୁ ବାଛିବେ । ସକାଳ ୭ଟାରୁ ନିଜର ମତଦାନ ସାବ୍ୟସ୍ତ କରୁଛନ୍ତି ଜନତା ।

ଷଷ୍ଠ ପର୍ୟ୍ୟାୟରେ ଯେଉଁ ଚର୍ଚ୍ଚିତ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ ହେବ ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ମେନକା ଗାନ୍ଧୀ, କଂଗ୍ରେସ ନେତା ଦିଗ୍ବିଜୟ ସିଂହ, ଶୀଲା ଦିକ୍ଷୀତ, ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ପ୍ରମୁଖ ରହିଛନ୍ତି। ଦିଲ୍ଲୀରେ କଂଗ୍ରେସ ଏବଂ ଆପ୍ ମଧ୍ୟରେ ମେଣ୍ଟ ସମ୍ଭବ ହୋଇନଥିବାରୁ ଏବେ ଲଢ଼େଇ ବେଶ୍ ରୋଚକ ହୋଇଉଠିଛି। ଏଠାରେ ସମସ୍ତ ୭ ଆସନରେ ବିଜେପି, କଂଗ୍ରେସ ଏବଂ ଆପ୍ ମଧ୍ୟରେ ତ୍ରିକୋଣୀୟ ଲଢ଼େଇ ହେଉଛି।