Odia News Portal

ପୁଣି ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା, ୩ଟା ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର() ବିରୋଧୀ ଦଳ ଙ୍କ ପ୍ରବଳ ହଙ୍ଗାମା ମଧ୍ୟ ରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୃହକୁ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି । ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିବାକୁ ଚେଷ୍ଟା କରିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ସୂଚନାଯୋଗ୍ୟ ଶନିବାର ଅପରାହ୍ଣର ଅଧିବେଶନରେ ପୋଡ଼ିୟମ ଉପରକୁ ଚଢ଼ି ମାଇକ୍ ଓ କାଚ ଭାଙ୍ଗିଥିଲେ ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝୀ । ବ୍ୟାନର ସହ ଗୃହ ରେ ନାରାବାଜି କଲେ ବିଜେପି ସଦସ୍ୟ ।