Odia News Portal

ଏଥର ଵି ନିଜ ଦମରେ ଲଢ଼ିବ ଵିଜେଡି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆସନ୍ତା ସାଧାରଣ ନିର୍ବାଚନରେ ବିଜେଡିର ଅନ୍ୟ ରାଜନୈତିକ ଦଳ ସହ ମେଣ୍ଟକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଆଜି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସବୁ କଳ୍ପନାଜଳ୍ପନାରେ ପୂର୍ଣ୍ଣଛେଦ ପକାଇଛନ୍ତି । ବିଜେଡି ନିଜ ଦମରେ ନିର୍ବାଚନ ଲଢ଼ିବ । କାହାସହ ମେଣ୍ଟ କରିବ ନାହିଁ ।

ଏଥିସହ ଏଥର ପ୍ରାର୍ଥୀ ଚୟନରେ ବିଜୟ ସମ୍ଭାବନା ହିଁ ଏକମାତ୍ର ମାନଦଣ୍ଡ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଦଳର ବିଭିନ୍ନ ଆସନରୁ ଆଶାୟୀଙ୍କ ସଂଖ୍ୟା ବଢୁଥିବା ବେଳେ କେବଳ ବିଜୟ ସମ୍ଭାବନା ଥିବା ପ୍ରାର୍ଥୀ ହିଁ ପ୍ରାଥମିକତା ପାଇବେ ବୋଲି ସେ କହିଛନ୍ତି ।