Odia News Portal

୨୪ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନବ ଦାସ ଯୋଗଦେବେ ବିଜେଡିରେ !

ଝାରସୁଗୁଡା: ଆସନ୍ତା ୨୪ ତାରିଖରେ ଝାରସୁଗୁଡା ବିଧାୟକ ନବଦାସ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବେ । ୨୪ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଝାରସୁଗୁଡା ଗସ୍ତ ସ୍ଥିର ହୋଇଛି । ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଠାରେ କ୍ୟାନସର ହସ୍ପିଟାଲର ଶିଳାନ୍ୟାସ ସହ କେତେକ ପ୍ରକଳ୍ପ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ବେଳେ ନବ ଦାସ ବିଜେଡିରେ ଜିଙ୍ଗ ଦେବେ ବୋଲି ପୁଣି ଚର୍ଚ୍ଚା ଜୋର ଧରିଛି । ୧୭ ତାରିଖରୁ ୨୦ ତାରିଖ ମଧ୍ୟରେ ନବ ଦାସ କଂଗ୍ରେସରୁ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଆଲୋଚନା ହେଉଛି । ଇସ୍ତଫା ଦେବାପରେ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ସ୍ମରଣୀୟ ଢଙ୍ଗରେ ପାଳନ କରିବା ପାଇଁ ନବ ଦାସ ସମସ୍ତ ବନ୍ଦୋବସ୍ତ ଏବେଠାରୁ କରିଥିବା କୁହାଯାଉଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ନବ ୩୦୦ ବସ ବ୍ୟବସ୍ଥା କରିଥିବା ବେଳେ ୨୦ ହଜାରରୁ ଅଧିକ ଗ୍ୟାସ ବେଲୁନ ପାଇଁ ବରାଦ ଦେଇଛନ୍ତି । ଏହି ସବୁ ବେଲୁନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଓ ନବ ଦାସଙ୍କ ଛବି ରହିବ । ସମ୍ପୂର୍ଣ ଝାରସୁଗୁଡା ଆକାଶକୁ ଏହି ବେଲୁନରେ ଢାଙ୍କି ଦିଆଯିବ । ସୂଚନାଯୋଗ୍ୟ ଯେ, ୩ ଦିନ ତଳେ ଭୁବନେଶ୍ବରଠାରେ ସମ୍ବାଦିକମାନଙ୍କୁ ନବ ଦାସ କହିଥିଲେ ଯେ, ବିଜେଡିକୁ ଯିବାର ନାହିଁ । ୨୦୧୯ ନିର୍ବାଚନ ସେ ହାତ ଚିହ୍ନରେ ହିଁ ଲଢିବେ । ଏଭଳି ବିବୃତ୍ତି ଦେବାର ୨୪ ଘଣ୍ଟା ଭିତରେ କିନ୍ତୁ ସେ ଝାରସୁଡା ଫେରି କର୍ମୀ ସମ୍ମିଳନୀ କରିବା ସହ ସେ ବଜେଡିକୁ ଯାଉଥିବା ସୂଚନା ଦେଇଛନ୍ତି ବୋଲି ଆଲୋଚନା ହେଉଛି । ଝାରସୁଗୁଡାରୁ ମିଳିଥିବା ଖବର ଅନୁସାରେ ୩ ଦିନ ତଳେ ଖେରୱାଲ ବ୍ରିଜ ନିକଟରେ ନଦୀ କୁଳରେ ହିରମା, ଶ୍ରୀପୁରା, ଏଚ କଟାପାଲି, ମାଲଦା ଆଦି ୫ଟି ପଂଚାୟତର କର୍ମୀଙ୍କୁ ନେଇ ନବ ଦାସ ଏକ ଭୋଜିର ଆୟୋଜନ କରିଥିଲେ ଓ ସେଠାରେ ସେ ବିଜେଡିକୁ ଯିବା ନେଇ କର୍ମୀଙ୍କ ମତାମତ ଲୋଡ଼ିଥିଲେ