Odia News Portal

ଏନଏସୟୁଆଇରୁ ସସପେଣ୍ଡ ହେଲେ ଇତୀସ

ନୂଆଦିଲ୍ଲୀ : ଛାତ୍ର କଂଗ୍ରେସର ପୂର୍ବତନ ରାଜ୍ୟ ସଭାପତି ତଥା କଂଗ୍ରେସର ଷ୍ଟୁଡେଣ୍ଟ ଓ୍ୱିଙ୍ଗ ଏନ୍‌ଏସ୍‌ୟୁଆଇର ଓଡିଶା ସଂଯୋଜକ ପଦରୁ ଇତିଶ ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ତାଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିବା ଏନ୍‌ଏସ୍‌ୟୁଆଇ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।

ଏନ୍ଏସ୍‌ୟୁଆଇର ଓଡିଶା ପ୍ରଭାରୀ ମୋଥା ରୋହିତ ଇତିଶଙ୍କୁ ନିଲମ୍ବିତ କରିଛନ୍ତି । ସେ ଦଳର ଶୃଙ୍ଖଳା ଭଙ୍ଗ କରୁଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଏଥିରେ ଉଲ୍ଲେଖ କରାଯାଇଛି ।

ସୂଚନା ଯୋଗ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକଙ୍କ ବିରୋଧରେ ମନ୍ତବ୍ୟ ଦେଇ ଇତିଶ ଚର୍ଚ୍ଚାରେ ଥିଲେ । ଏହାପରେ ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।